ଦିଲ୍ଳୀ ହିଂସା: ୬୫୪ ମାମଲା ରୁଜୁ କଲା ପୁଲିସ, ମୃତ୍ୟୁସଂଖ୍ୟା ୫୩କୁ ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୪୪ଟି ମୃତ୍ୟୁ ମାମଲା ଗୁରୁ ତେଜ ବାହାଦୁର ହସ୍ପିଟାଲ୍‌, ୫ଟି ରାମ ମନୋହର ଲୋହିଆ ଏବଂ ୩ଟି ଲୋକ ନାୟକ ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ ହୋଇଛି। ଦିଲ୍ଲୀ ହିଂସା ନେଇ ପୁଲିସ ୬୫୪ଟି ମାମଲା ରୁଜୁ କରିଛି। ଏଯାବତ୍‌ ୧୮୨୦ ଜଣ ଏହି ମାମଲାରେ ଗିରଫ ଏବଂ ଅଟକ ରହିଛନ୍ତି। ଏଥିସହ ଦିଲ୍ଲୀ ଦଙ୍ଗା ପରେ ସରକାରୀ ହସ୍ପିଟାଲ୍‌ଗୁଡ଼ିକୁ ଆସିଥିବା ଅଚିହ୍ନା ରୋଗୀଙ୍କୁ ଚିହ୍ନଟ କରିବାପାଇଁ ଦିଲ୍ଲୀ ହାଇକୋର୍ଟ ଆଜି ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର