ରବିବାର ଛୁଟିର ମଜା ଉଠାଇବା ମହଙ୍ଗା ପଡ଼ିଲା: ଯମୁନା ନଦୀରେ ଗାଧୋଉ ଥିବା ବେଳେ ଭାସିଗଲେ ୭ ଛାତ୍ର

ନୂଆଦିଲ୍ଲୀ: ନୂଆଦିଲ୍ଲର ଅଲ୍ଲୀପୁର ନିକଟସ୍ଥ ଯମୁନା ନଦୀରେ ଗାଧୋଉ ଥିବା ସମୟରେ କେତେଜଣ ପିଲା ବୁଡି ଯାଇଥିବା ରବିବାର ଖବର ମିଳିଥିଲା। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ଶବକୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ଶବକୁ ଉଦ୍ଧାରକାରୀଦଳ ଖୋଜୁଛନ୍ତି । ନଦୀ ପାଖରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି

ମିଳିଥିବା ସୂଚନା ଅନୁସାରେ, ରବିବାର ଛୁଟିଦିନ ଥିବାରୁ ହରିୟାଣାରୁ ୭ଜଣ ଛାତ୍ର ଯମୁନା ନଦୀରେ ଗାଧୋଇବା ଲାଗି ଦିଲ୍ଲୀ ଆସିଥିଲେ। ତେବେ ସେମାନେ ନୂଆ ହୋଇଥିବାରୁ ପାଣିର ଗଭୀରତା ଜାଣିପାରି ନଥିଲେ । ସାଙ୍ଗ ହୋଇ ସମସ୍ତେ ଗାଧୋଉଥିଲେ । ନଦୀରେ ପ୍ରବଳ ସ୍ରୋତଥିବା କାରଣରୁ ୪ଜଣ ପିଲା ସେହି ସ୍ରୋତରେ ଭାସିଯାଇଥିବା ଜଣାପଡିଛି ।

ଘଟଣା ସମ୍ପର୍କ ଖବର ପାଇ ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ପହଞ୍ଚି ନାବାଳକମାନଙ୍କୁ ଖୋଜାଖୋଜି କରିଥିଲେ। ଏବେ ବି ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଯମୁନା ନଦୀରେ ବନ୍ୟା ପାଣି ଆସିଥିବାରୁ ସେଠାକାର ସ୍ଥାନୀୟ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି । ତେଣୁ ଯେଉଁ ସମୟରେ ଛାତ୍ରମାନେ ନଦୀରେ ବୁଡିଯାଇଥିଲେ ସେତେବେଳେ ସେମାନଙ୍କୁ କେହି ଉଦ୍ଧାର କରିପାରି ନଥିଲେ ।

ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ନଦୀରେ ଅକାତପାଣି ରହିଛି । ତେଣୁୂ ପାଣି ମଧ୍ୟରେ ଅଧିକ ସମୟ ରହି ନାବାଳକମାନଙ୍କୁ ଖୋଜିବା ସମ୍ଭବ ହୋଇ ପାରୁନାହିଁ । ତଥାପି ଆମେମାନେ ଚେଷ୍ଟା ଜାରି ରଖିଛୁ।

ସମ୍ବନ୍ଧିତ ଖବର