ଦିଲ୍ଲୀର ବାୟୁ ମାନ ବିପଜ୍ଜନକ, ଦୀପାବଳି ପରେ କେତେକ ସ୍ଥାନରେ ଅତି ସାଙ୍ଘାତିକ

ନୂଆଦିଲ୍ଲୀ: ପ୍ରଦୂଷକ ଆତସବାଜି ବିରୋଧରେ ସୁପ୍ରିମ୍‌ କୋର୍ଟ ଦେଇଥିବା ଆଦେଶ ସତ୍ତ୍ୱେ ଦିଲ୍ଲୀବାସୀମାନେ ବୁଧବାର ଦିନ ଆତସବାଜି ଫୁଟାଇ ଦୀପାବଳି ପାଳନ କରିବାରୁ ଗୁରୁବାର ସକାଳେ ଦିଲ୍ଲୀ ଧୂଅାଁଳିଆ ହୋଇ ଯାଇଥିଲା। କେତେକ ସ୍ଥାନରେ ବାୟୁର ମାନ ଅତି ମାତ୍ରାରେ କ୍ଷତିକାରକ ହୋଇ ଯାଇଛି।

ଆତସବାଜି ଜଳିବା ଯୋଗୁଁ ନିର୍ଗତ ଅତି ସୂକ୍ଷ୍ମ ଏବଂ ଅଧିକ କ୍ଷତିକାରକ କଣିକା ଯୋଗୁଁ ପୂର୍ବରୁ ଥିବା ପିଏମ୍‌ ସ୍ତର ୨. ୫ ନିରାପଦ ମାନକ ଠାରୁ ୬. ୩ ଗୁଣ ଅଧିକ ବଢ଼ିଯାଇଛି। ସକାଳ ୧୦ଟାରେ ପିଏମ୍‌୨ ସ୍ତର ଥିଲା ୩୮୩ୟୁଜି/ଏମ୍‌୩।

ପିଏମ୍‌୧୦ ବା କିନ୍ତୁ ମୋଟା ଧୂଳିକଣିକା ସ୍ତର ମଧ୍ୟ ସକାଳ ୧୦ ସୁଦ୍ଧା ୩୮୫ୟୁଜି/ଏମ୍‌୩ ରହିଛି। ଏହା ନିରାପଦ ସ୍ତର ଠାରୁ ୩. ୮ ଗୁଣା ଉଚ୍ଚରେ।

ଏହାଦ୍ୱାରା ଜଣାପଡୁଛି ଯେ ପ୍ରାକୃତିକ ଧୂଳିକଣିକା ନୁହେଁ ମନୁଷ୍ୟକୃତ ନିର୍ଗମନ ପ୍ରଦୂଷଣ ପାଇଁ ଦାୟୀ। କମ୍‌ ବେଗର ପବନ ଏବଂ ଆର୍ଦ୍ରତା ଜନିତ ପ୍ରତିକୂଳ ପାଗ ସମସ୍ୟାକୁ ଅଧିକ ଜଟିଳ କରୁଥାଇ ପାରେ ବୋଲି ଏୟାର୍‌ କ୍ୱାଲିଟି ଲ୍ୟାବ୍‌ର ପୂର୍ବତନ ମୁଖ୍ୟ ଡି ଶାହା କହିଛନ୍ତି।

ଆନନ୍ଦ ବିହାରରେ ଏୟାର୍‌ କ୍ୱାଲିଟି ଇଣ୍ଡେକ୍ସ ୯୯୯, ଚାଣକ୍ୟପୁରୀ ଅନ୍ତର୍ଗତ ୟୁଏସ୍‌ ଏମ୍ବାସି ଚାରିପଟେ ୪୫୯ ଏବଂ ମେଜର୍‌ ଧ୍ୟାନ୍‌ ଚାନ୍ଦ ନେସ୍‌ନାଲ୍‌ ଷ୍ଟାଡିୟମ୍‌ ଚାରିପଟେ ଥିଲା ୯୯୯। ଏସବୁ କ୍ଷତିକାରକ ମାନ ଅଧୀନରେ ଆସୁଛି।

ସମ୍ବନ୍ଧିତ ଖବର