ତାଙ୍କ ସ୍ଥାନରେ ରବି ଶଙ୍କରଙ୍କୁ ଟିକେଟ୍‌ ମିଳିବା ନେଇ କମ୍ପିଲେ ଶତ୍ରୁଘ୍ନ; ନ୍ୟୁଟନ୍‌ଙ୍କ ତୃତୀୟ ନିୟମକୁ ମନେ ରଖିଥିବ: ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ

ଅହମ୍ମଦାନଗର: ପାଟ୍‌ନା ସାହିବରେ ବିଜେପିର ପ୍ରାର୍ଥୀ ତାଲିକାରେ ଶତ୍ରୁଘ୍ନ ଶିହ୍ନାଙ୍କ ସ୍ଥାନରେ ରବି ଶଙ୍କର ପ୍ରସାଦଙ୍କୁ ଟିକେଟ୍‌ ମିଳିବା ନେଇ ନିଜର ପ୍ରତିକ୍ରିୟା କରିଛନ୍ତି ଶତ୍ରୁଘ୍ନ। ସେ କହିଛନ୍ତି କି ଏହି ମାମଲାର ଉତ୍ତର ଦେବାକୁ ମୁଁ ସମର୍ଥ ଓ ସକ୍ଷମ।

ସିିହ୍ନା ତାଙ୍କ ଟୁଇଟର୍‌ରେ ଟ୍ଵିଟ୍‌ କରି ଲେଖିଛନ୍ତି, ‘ତୁମେ ଏବଂ ତୁମ ଲୋକମାନେ ମୋ ସହ ଯାହା କରିଛ ତାହା ତଥାପି ସହଣୀୟ। ମୁଁ ଏହାର ଉତ୍ତର ଦେବାକୁ ସମର୍ଥ। ନ୍ୟୁଟନ୍‌ଙ୍କ ତୃତୀୟ ନିୟମକୁ ମନେ ରଖିଥିବ: ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଅଛି। ଏହାର ଜବାବ ଦେବାକୁ ମୁଁ ସମର୍ଥ।’

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ଏନ୍‌ଡିଏ ପକ୍ଷରୁ ୪୦ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଏହି ତାଲିକାରେ ଲୋକସଭା ସାଂସଦ ଶତ୍ରୁଘ୍ନ ଶିହ୍ନାଙ୍କ ସ୍ଥାନରେ ଅଛନ୍ତି ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ। ସିହ୍ନା ୨ ଥର ସାଂସଦ ହୋଇଥିଲେ ବି ତାଙ୍କୁ ଟିକେଟ୍‌ ମିଳୁନଥିବା ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର