ବିକାଶ ପ୍ରସଙ୍ଗରେ ମୋଦିଙ୍କୁ ଘେରିଲେ ରାହୁଲ

ଅହମଦାବାଦ୍‌: ଗୁଜରାଟରେ ବିକାଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଦିନ ଗୋଟିଏ ପ୍ରଶ୍ନ କରୁଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଆଦିବାସୀ ପ୍ରସଙ୍ଗରେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ଆଦିବାସୀମାନଙ୍କ ସ୍ଥିତି ଆଦୌ ଭଲନାହିଁ ଏବଂ ବନବନ୍ଧୁ ଯୋଜନା ଲାଗିି ଆସିଥିବା ୫୫,୦୦୦ କୋଟି ଟଙ୍କା କୁଆଡ଼େ ଗଲା ବୋଲି ରାହୁଲ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ଏହା ମୋଦିଙ୍କୁ ରାହୁଲଙ୍କର ଦଶମ ପ୍ରଶ୍ନ। ଆଦିବାସୀଙ୍କ ଜମି ହଡ଼ପ କରାଯାଇ ଜଙ୍ଗଲ ଉପରେ ସେମାନଙ୍କ ଅଧିକାରକୁ ପ୍ରତ୍ୟାଖ୍ୟାନ କରାଯାଇଛି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର