ପୁଅ ପାଇଁ ଦେବେଗୌଡ଼ାଙ୍କ ଚିନ୍ତା

ବେଙ୍ଗାଲୁରୁ: କର୍ଣ୍ଣର୍ାଟକରେ ଝୁଲା ବିଧାନସଭା ହେବା ନେଇ ବିଭିନ୍ନ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ କିଙ୍ଗ ମେକର ସାଜିବାକୁ ଥିବା ଜେଡିଏସ୍‌ ଉପରେ ସମସ୍ତଙ୍କର ନଜର ରହିଥିଲା। ତେବେ ଜେଡିଏସ୍‌ ଏବେ ବିଜେପି ମୁହାଁ ହେଉଥିବା କଥା ଖୋଦ୍‌ ଜେଡିଏସ୍‌ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡ଼ା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପୁଅ ଏଚ୍‌ଡି କୁମାରସ୍ୱାମୀ ତଥା ରାଜ୍ୟ ଜେଡିଏସ୍‌ ସଭାପତି ଅନ୍ୟ ନେତାମାନଙ୍କ ସହ ମିଶି ବିଜେପି ସହ ହାତ ମିଳାଇଛନ୍ତି। କୁମାରସ୍ୱାମୀଙ୍କ ଏଭଳି କାର୍ଯ୍ୟ ତାଙ୍କର ଛବି ଖରାପ କରିଥିବା ନେଇ ମଧ୍ୟ ଦେବେଗୌଡା କହିଛନ୍ତି। ଉଭୟ ବିଜେପି ଓ କଂଗ୍ରେସର ସ୍ଥିତି ଦୁର୍ବଳ ଥିବା ବେଳେ ସେମାନେ ରାଜ୍ୟ ରାଜନୀତିକୁ ବରବାଦ କରିଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର