ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟରେ ଧାରା ୩୫-କ ଶୁଣାଣିକୁ ବିରୋଧ କରି ବିଚ୍ଛିନ୍ନତାବାଦୀଙ୍କ ପକ୍ଷରୁ ଆଜି ମଧ୍ୟ କଶ୍ମୀର ବନ୍ଦ ପାଳନ କରାଯାଇଛି। ରବିବାର ଭଳି ଆଜି ମଧ୍ୟ ବସ୍ ଓ ରେଳ ଚଳାଚଳ ବନ୍ଦ ସହିତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ବନ୍ଦକୁ ସବୁ ଦିଗରୁ ପୂର୍ଣ୍ଣ ସମର୍ଥନ ମିଳୁଛି। ଅନ୍ୟପକ୍ଷରେ ସୁପ୍ରିମ୍କୋର୍ଟରେ ୩୫-କ ବାବଦ ଶୁଣାଣିକୁ ଖଣ୍ଡପୀଠ ଘୁଞ୍ଚାଇ ଦେଇଛନ୍ତି। ଅଗଷ୍ଟ ୨୭ ତାରିଖରୁ ଏହାର ଶୁଣାଣି ଆରମ୍ଭ ହେବ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ୍ ଖାନ୍ଓ୍ଵିଲ୍କର, ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀରରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଶୁଣାଣିକୁ ସ୍ଥଗିତ ରଖିବା ଲାଗି ରାଜ୍ୟ ପକ୍ଷରୁ ଦାବି କରାଯାଇଥିଲା।
ଧାରା ୩୫-କ’ର ସାମ୍ବିଧାନିକ ବୈଧତାକୁ ଚାଲେଂଜ୍ କରାଯାଇ କରାଯାଇ ସୁପ୍ରିମ୍କୋର୍ଟରେ ଏକାଧିକ ଜନସ୍ୱାର୍ଥ ଆବେଦନ କରାଯାଇଛି। ସୋମବାର ଏହା ଉପରେ ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ଦିନ ଧାର୍ଯ୍ୟ କରିଥିବାରୁ ଏହାକୁ ନେଇ ବିଚ୍ଛିନ୍ନତାବାଦୀମାନେ କଶ୍ମୀର ବନ୍ଦ ଡାକରା ଦେଇଥିଲେ। ଶେଷରେ ସେମାନଙ୍କ ବନ୍ଦ ସଫଳ ହୋଇଥିବା କୁହାଯାଉଛି। ସେମାନଙ୍କ ଅଭିଯୋଗ ହେଉଛି ସୁପ୍ରିମ୍କୋର୍ଟ ଯଦି ଧାରା ୩୫-କକୁ ଉଚ୍ଛେଦ ଲାଗି ରାୟ ପ୍ରଦାନ କରନ୍ତି, ଜମ୍ମୁ-କଶ୍ମୀରକୁ ଏହା ଏକ ଧକ୍କା ହେବ। କାରଣ ଏହି ଧାରା ଯୋଗୁ ରାଜ୍ୟ ଏହାର ସ୍ଥାୟୀ ବାସିନ୍ଦା ଚିହ୍ନଟ ସହିତ ସେମାନଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିପାରୁଛି। ବନ୍ଦ ଡାକରାକୁ ରାଜନୈତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି।
ଧାରା ୩୫-କ ଶୁଣାଣିକୁ ବିରୋଧ ପ୍ରସଙ୍ଗ: ୨୭କୁ ଘୁଞ୍ଚିଲା ସୁପ୍ରିମ୍କୋର୍ଟ ଶୁଣାଣି
ଧାରା ୩୫-କ’ରେ କ’ଣ ରହିଛି
/sambad/media/post_attachments/wp-content/uploads/2018/08/Article-35-a-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)