ମତଦାନ ଅଧିକାର ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରାଜ୍ୟର ଛଅଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ ୪୨ ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି। ଆଜି ରାଜ୍ୟର ବହୁ ନାମୀ ଦାମୀ ବ୍ୟକ୍ତି ବିଭିନ୍ନ ମତଦାନ କେନ୍ଦ୍ରରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାର ତାଳଚେରରେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ।

ସେ ଏହା ପରେ ଟ୍ୱିଟ୍‌ କରି କହିଛନ୍ତି ଯେ ତାଳଚେରରେ ନିଜ ଅଂଚଳରେ ଭୋଟ୍ ଦେଇ ନିଜକୁ ସୌଭାଗ୍ୟ ମନେ କରୁଛି। ପ୍ରଜାତନ୍ତ୍ରରେ ଭୋଟ୍ ବଡ ଅଧିକାର। ଓଡ଼ିଶା ବଡ ପରିବର୍ତ୍ତନ ଆଡକୁ ମୁହାଁଇଲାଣି । ସ୍ଥାନୀୟ ସରକାର ବିରୋଧରେ ଜନ ଅସନ୍ତୋଷ ଚରମ ସୀମାରେ ପହଁଚିଛି, ତାର ପ୍ରତିଫଳନ ଭୋଟରେ ପ୍ରଥମ ଓ ଦ୍ଵିତୀୟ ଚରଣରେ ହୋଇସାରିଥିବା ବେଳେ ଆଜି ତୃତୀୟ ଚରଣରେ ଏହାର ପୁନରାବୃତ୍ତି ହେବ ।

ଏଠାରେ ସୂଚନାଯୋଗ୍ୟ ଯେ ଏଥର ଧର୍ମେନ୍ଦ୍ର ପ୍ରଧାନ ଲୋକସଭା ବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର