ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ପିନ୍ଧିିବେ ଧୋତିକୁର୍ତ୍ତା, ସାଲଓ୍ଵାର, କୁର୍ତ୍ତି

ପାଟନା: ବିହାରର ନୂତନ ରାଜ୍ୟପାଳ ଭାବେ ଲାଲଜୀ ଟଣ୍ଡନ ଦାୟିତ୍ୱ ନେବା ପରେ ବିହାରର ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ନୂଆ ନୀତି ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳାଧିପତିଭାବେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ସହିତ ଏହାର ବିକାଶ ନେଇ ରାଜ୍ୟପାଳଙ୍କର ପ୍ରମୁଖ ଭୁମିକା ରହିଛି। ଏ ପରିପ୍ରେକ୍ଷୀରେ ବିହାରର ନବନିଯୁକ୍ତ ରାଜ୍ୟପାଳ ଲାଲଜୀ ଟଣ୍ଡନ ବିହାରର ସମସ୍ତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିି ଦୀକ୍ଷାନ୍ତ ଉତ୍ସବ ସମୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ଡ୍ରେସ୍‌ କୋଡ୍‌ ନେଇ ନିର୍ଦ୍ଦେଶାନାମା ଦେଇଛନ୍ତି।
ରାଜ୍ୟପାଳ ଲାଲଜୀ ଟଣ୍ଡନ ନିୟମିତଭାବେ ସମସ୍ତ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଉତ୍ସବ ଆୟୋଜନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶଦେଇଛନ୍ତି। ଆଉ ଏହି ଦୀକ୍ଷାନ୍ତ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ପାରମ୍ପରିକ ପୋଷାକ ପରିଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ଲାଲଜୀ ଟଣ୍ଡନ।


ଛାତ୍ରମାନଙ୍କ ପାଇଁ ଧୋତି କୁର୍ତ୍ତା ଓଏବଂ ଛାତ୍ରୀମାନଙ୍କ ପାଇଁ ସାଲଓ୍ଵାର କୁର୍ତ୍ତି ପିନ୍ଧିିବା ପାଇଁ ଡ୍ରେସ୍‌ କୋର୍ଡ କରାଯାଇଛିି। କେବଳ ସେତିକି ନୁହେଁ, ଦୀକ୍ଷାନ୍ତ ଉତ୍ସବରେ ଯୋଗ ଦେଉଥିବା ସମସ୍ତ ସମ୍ମାନନୀୟ ଅତିଥି, ବ୍ୟକ୍ତିମାନଙ୍କୁ ମାଲବ୍ୟ ପଗଡ଼ି ପିନ୍ଧିବାକୁ ପଡ଼ିବ ବୋଲି ରାଜ୍ୟପାଳ ନୂତନ ନିର୍ଦ୍ଦେଶନାମା ଦେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର