ବାୟୁ ପ୍ରଦୂଷଣରେ ମଧୁମେହ ରୋଗୀଙ୍କ ମୃତ୍ୟୁ ସର୍ବାଧିକ

ନୂଆଦିଲ୍ଲୀ: ଭାରତରେ ମୃତ୍ୟୁବରଣ କରୁଥିବା ମଧୁମେହ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ବାୟୁ ପ୍ରଦୂଷଣ ଯୋଗୁଁ ଜୀବନ ହରାଇଥାନ୍ତି I ନିର୍ଦିଷ୍ଟ ଭାବେ ଟାଇପ-୨ ଡାଇବେଟିସ୍‌ ରୋଗୀଙ୍କ ଇନ୍ସୁଲିନ୍‌ ମାତ୍ରା ବାୟୁ ପ୍ରଦୂଷଣ ଯୋଗୁଁ ପ୍ରଭାବିତ ହୋଇ ଅଧିକାଂଶ ମୃତ୍ୟୁ ଘଟୁଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି I
ଷ୍ଟେଟ ଗ୍ଲୋବାଲ ଏୟାର-୨୦୧୯ ରିପୋର୍ଟ ପ୍ରକାଶ କରିଛି ଯେ ଉଚ୍ଚ ରକ୍ତଚାପ ଏବଂ ଅତ୍ୟଧିକ ମେଦବହୁଳ ପରେ ବାୟୁ ପ୍ରଦୂଷଣ ହେଉଛି ତୃତୀୟ କାରଣ ଜାହା ପ୍ରଭାବରେ ଭାରତର ଅଧିକାଂଶ ମଧୁମେହ ରୋଗୀ ମୃତ୍ୟୁବରଣ କରୁଛନ୍ତି। ପିଏମ୍‌ ୨.୫ ପ୍ରଦୂଷଣ ଯୋଗୁଁ ୨୦୧୭ମସିହାରେ ବିଶ୍ୱରେ ୨.୭୬ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ଏହା ସର୍ବାଧିକ I ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତରେ ଏଥି ଯୋଗୁଁ ୫୫,୦୦୦ ଜୀବନ ଯାଇଥିବା ବେଳେ ଭାରତ ପଛକୁ ରହିଛନ୍ତି ଚୀନ, ମେକ୍ସିକୋ ଏବଂ ବ୍ରାଜିଲ I ଲାନ୍‌ସେଟ ଗ୍ଲୋବାଲ୍‌ ହେଲ୍ଥର ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୭ରେ ଭାରତରେ ୬୫ ନିୟୁତ ଲୋକ ମଧୁମେହର ଶିକାର ହୋଇଛନ୍ତି ଯାହା ୧୯୯୦ ପରଠୁ ୧୭୫ପ୍ରତିଶତ ଅଧିକ।

ସମ୍ବନ୍ଧିତ ଖବର