ଦୁଇ କୋଟିର ହୀରା ପାଇଲାପରେ ବ୍ରଜେଶଙ୍କର ଭାଗ୍ୟ ବଦଳିବ!

ପନ୍ନା: ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାରେ ଏକ ଖଣିରୁ ବିଶ୍ୱର ଉଜ୍ୱଳମାନ ହୀରା ମିଳିଥିବାର ସୂଚନା ମିଳିଛି । ପନ୍ନାର କୃଷ୍ଣକଲ୍ୟାଣପୁର ଅଞ୍ଚଳର ବ୍ରଜେଶ କୁମାର ଉପାଧ୍ୟାୟଙ୍କୁ ୨୯.୪୬ କ୍ୟାରେଟର ଉଜ୍ୱଳ ହୀରା ମିଳିଛି । ଏହାକୁ ସେ ପନ୍ନାସ୍ଥିତ ହୀରା କାର୍ଯ୍ୟାଳୟର ଦାଖଲ କରିଥିବା ଜଣାଯାଇଛି ।ଏହି ହୀରାର ମୂଲ୍ୟ ଦେଢ଼ କୋଟିରୁ ଦୁଇ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ପନ୍ନା ଜିଲ୍ଲାପାଳ କର୍ମବୀର ଶର୍ମା ହୀରା ମିଳିବା ନେଇ ଖୁସି ଅନୁଭବ କରିଛନ୍ତି । ସେ କହିଛନ୍ତି, ହୀରା ନୀତିକୁ ସରଳୀକରଣ କରାଯିବ । ଏଥି ସହିତ ହୀରା ନିଲାମି ପ୍ରକ୍ରିୟାରେ ସଂଶୋଧନ ଅଣାଯିବ । ଏହାର ନିଲାମ କରାଯିବାପରେ ସରକାର ରୟାଲିଟି, କର ଆଦି ବାବଦ ଅର୍ଥ ରଖି ଅବଶିଷ୍ଟ ଟଙ୍କା ବ୍ରଜେଶ କୁମାର ଉପାଧ୍ୟାୟଙ୍କୁ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

42-Carat Diamond Found In Madhya Pradesh's Panna Sold For Rs 2.55 Crore
IMAGE SOURCE-NDTV

ଏଣେ ବ୍ରଜେଶ କହିଛନ୍ତି ଯେ ସେ ଖଣିରେ କାର୍ଯ୍ୟରତ ଥିବା ବେଳେ ଶୁକ୍ରବାର ଦିନ ଯେତେବେଳେ ଖଣିଜ ମାଟି ଧୋଉଥିଲେ, ସେହି ସମୟରେ ଚମକୁଥିବା ପଥର ପାଇଥିଲେ । ଏହାକୁ ହୀରା ଭାବି ବ୍ରଜେଶ ହୀରା କାର୍ଯ୍ୟାଳୟକୁ ନେଇ ଯାଇଥିଲେ । ଯାଞ୍ଚ ପରେ ଏହା ହୀରା ବୋଲି ଜଣାପଡ଼ିଥିଲା ।

ସମ୍ବନ୍ଧିତ ଖବର