ବିବାଦୀୟ ମନ୍ତବ୍ୟ ଦେଇ ପୁଣି ସମାଲୋଚିତ ହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, କହିଲେ ଡ଼ାଏନା ନୁହଁ ଐଶ୍ୱର୍ଯ୍ୟା ପ୍ରକୃତ ସୁନ୍ଦରୀ

ନୂଆଦିଲ୍ଲୀ : ସର୍ବଦା ନିଜର ଅଦ୍ଭୁତ ଧରଣର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସୁଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ପୁଣି ଥରେ ଚର୍ଚ୍ଚାରେ । ବର୍ତ୍ତମାନ ସେ ବିଶ୍ୱସୁନ୍ଦରୀ ଡ଼ାଏନାଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ସହତ ତୁଳନା କରିଛନ୍ତି। ତାହା ସହ ସେ ୨୧ ବର୍ଷ ପୂର୍ବେ ଡ଼ାଏନାଙ୍କର ବିଶ୍ୱସୁନ୍ଦରୀ ହେବା ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ମନ୍ତବ୍ୟ ପରେ ଟ୍ଵିଟରରେ ତାଙ୍କୁ ଅନେକ ସମାଲୋଚନା କରିବା ସହ ଅନେକ ତାଙ୍କୁ ପରିହାସ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି, ‘ଭାରତରେ ଯିଏ ମଧ୍ୟ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ସେମାନେ ବିଜେତା ହୋଇ ହିଁ ଫେରିଛନ୍ତି । ଆମେ ଲଗାତାର ପାଞ୍ଚବର୍ଷ ପର୍ଯ୍ୟନ୍ତ ମିସ୍‌ ଓ୍ଵାଲ୍ଡ ଏବଂ ମସ୍‌ ୟୁନିଭର୍ସ ମୁକୁଟ ବିଜେତା ହୋଇଛୁ । ତେବେ ଆପଣଙ୍କୁ କ’ ଲାଗୁଛି ଡ଼ାଏନାଙ୍କର ଏହି ମୁକୁଟର ବିଜୟିନୀ ହେବାର ଯୋଗ୍ୟତା ରହିଛି ।’ ତେବେ ଏ ନେଇ ଅନେକ ରାଜନେତା ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟର ଉପହାସ କରିଛନ୍ତି । ବିପ୍ଲବଙ୍କୁ ଦେଶର ନୂତନ ହସ୍ୟକଳାକାର କୁହାଯିବା ସହ ଏପରି ସମସ୍ତଙ୍କ ମନୋରଞ୍ଜନ କରାଉଥାନ୍ତୁ ବୋଲି କେହି ମନ୍ତବ୍ୟ ଦେଇଛନ୍ତି। ତେବେ ତାଙ୍କର ଏପରି ଅଯଥା ମନ୍ତବ୍ୟ ଦ୍ୱାରା ତ୍ରିପୁରାର ସମ୍ନାନ ମଧ୍ୟ ହାନି ହୋଉଥିବା କହିଛନ୍ତି ଅନେକ ରାଜନେତା।

India Tribune

ତେବେ ବିପ୍ଳବଙ୍କ ଏହି ମନ୍ତବ୍ୟରେ ଦୁଃଖ ପ୍ରକାଶ କରିଛନ୍ତି ଡ଼ାଏନା। ସେ କହିଛନ୍ତି, ମୁଁ ଏହି ସ୍ଥାନରେ ନିଜର ପ୍ରତିଭା ଏବଂ ଯୋଗ୍ୟତା ପାଇଁ ପହଞ୍ଚିଛି । କିନ୍ତୁ ଜଣେ ରାଜନେତାଙ୍କ ଏପରି ମନ୍ତବ୍ୟ ମତେ ଦୁଃଖିତ କରିଛି।”

ସମ୍ବନ୍ଧିତ ଖବର