ମୋଦୀଙ୍କ ବିରୋଧରେ ଦିବ୍ୟାଙ୍କ ବିବାଦୀୟ ଟ୍ବିଟ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ଦିବ୍ୟା ସ୍ପନ୍ଦନା ଆଜି ପ୍ରଧାନମନ୍ତ୍ରୀ ନ‌େରନ୍ଦ୍ର ମୋଦୀଙ୍କ ବିରୋଧରେ ଟ୍ବିଟ୍‌ କରି ଦେଇଥିବା ମନ୍ତବ୍ୟ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। ଗତକାଲି ଉନ୍ମୋଚିତ ‌ହୋଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ପ୍ରତିମୂର୍ତ୍ତି ନିକଟରେ ଠିଆ ହୋଇଥିବା ମୋଦୀଙ୍କ ଏକ ଫଟୋ ଉପରେ ଦିବ୍ୟା କମେଣ୍ଟ୍‌ କରି କହିଛନ୍ତି ଯେ ‘ପକ୍ଷୀ ଖସି ପଡ଼ିବା ଭଳି ଲାଗୁଛି।’ ଦିବ୍ୟାଙ୍କର ଏଭଳି ଟ୍ବିଟ୍‌ର ଜବାବ ଦେଇ ବିଜେପି କହିଛି, ପକ୍ଷୀ ଖସି ନାହିଁ, ବରଂ କଂଗ୍ରେସର ମୂଲ୍ୟବୋଧ ଖସି ପଡ଼ିଛି। ତେବେ ଦିବ୍ୟାଙ୍କର ଏଭଳି ବିବାଦୀୟ ଟ୍ବି୍‌ଟ୍‌ ପାଇଁ ତାଙ୍କୁ କଂଗ୍ରେସରେ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର