ବିନା ଲକ୍‌ଡାଉନ୍‌ ଓ ମାସ୍‌-ଟେଷ୍ଟିଂରେ ବି କରୋନାକୁ ଏପରି ଭାବେ ଆୟତ୍ତ କରିଛି ଜାପାନ, ଅନ୍ୟ ଦେଶ ତୁଳନାରେ ଢେର୍‌ ଆଗୁଆ

ଟୋକିଓ: ସାରା ବିଶ୍ବକୁ ହନ୍ତସନ୍ତ କରିଥିବା କରୋନା ଭାଇରସ୍‌ ଜାପାନର କିନ୍ତୁ ସେପରି ଆଖି ଦୃଶିଆ କ୍ଷତି କରିପାରିନାହିଁ। ଅନ୍ୟ ପ୍ରଭାବଶାଳୀ ଦେଶଗୁଡ଼ିକ କରୋନାକୁ ଆୟତ୍ତ କରିବାକୁ ଦେଶରେ ଲକ୍‌ଡାଉନ୍‌ ଜାରି କରିଥିବା ବେଳେ ଜାପାନରେ କିନ୍ତୁ ଲକ୍‌ଡାଉନ୍‌ ଜାରି  ହୋଇନାହିଁ। ତେବେ କରୋନା ବିଶେଷ ଭାବେ ଏହି ଦେଶରେ ତା’ର କାୟା ବିସ୍ତାର କରିପାରି ନାହିଁଁ। ଜାପାନ ଏବେ ସୁଦ୍ଧା ତା’ର ଜନସଂଖ୍ୟାର ମାତ୍ର ୦.୨ ପ୍ରତିଶତ ଟେଷ୍ଟ୍‌ କରିଛି, ଯାହାକି ଅନ୍ୟ ସମସ୍ତ ଦେଶ ତୁଳନାରେ ଖୁବ୍‌ କମ୍‌। ବି‌ନା କୌଣସି କଟକଣା ସତ୍ତ୍ବେ ଜାପାନରେ ଏବେ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ହଜାରେ ଟପିନାହିଁ। କେବଳ ସେତିକି ନୁହେଁ, ଜାପାନରେ ରୋଗକୁ ଆୟତ୍ତ କରିବା ପରି ସେପରି କୌଣସି କେନ୍ଦ୍ର ବି ଖୋଲାଯାଇ ନାହିଁ।

ଜାପାନର ମୃତ୍ୟୁ ହାର ଦେଖି କରୋନା ବିରୋଧରେ ଜାପାନ ବିଜୟୀ ହୋଇଛି ବୋଲି ଅ‌ାପଣ କହିପାରନ୍ତି। ତେବେ, କେଉଁ ସବୁ ସଚେତନତା ଅବଲମ୍ବନ କରି ଜାପାନ କରୋନା ବିରୋଧରେ ଜିଣିପାରିଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

: କରୋନା ଭାଇରସ୍‌ ସଂକ୍ରମଣ ହେବା ଆରମ୍ଭରୁ ଜାପାନ ତା’ର ସ୍କୁଲ୍‌ଗୁଡ଼ିକୁ ବନ୍ଦ ଘୋଷଣା କରି ଦେଇଥିଲା।

: ସେମାନେ ଆରମ୍ଭରୁ ଫେସ୍‌ମାସ୍କ ପିନ୍ଧି ଆସୁଛନ୍ତି।

Hindustan Times

: ଜାପାନ ୨୦୧୮ ମସିହାରୁ ୫୦ ହଜାର ଅଭିଜ୍ଞ ପବ୍ଲିକ୍‌ ହେଲ୍‌ଥ ନର୍ସ ନିଯୁକ୍ତି ଦେଇଛି। ଯେଉଁମାନେ କି ଆଜି ପର୍ଯ୍ୟନ୍ତ କରୋନା ‌ଭାଇରସ୍‌ ସଂକ୍ରମଣର ଟ୍ରାକିଂ କରି ଆସୁଥିଲେ।

:  କରୋନା ଆୟତ୍ତ ବାହାରକୁ ଯିବା ପୂର୍ବରୁ ଜାପାନ କ୍ଲବ୍‌, ହସ୍ପିଟାଲ୍‌ ଆଦି ଜନଗହଳି ସ୍ଥାନମାନଙ୍କ ଉପରେ ଆରମ୍ଭରୁ ଦୃଷ୍ଟି ରଖି ଆସୁଥିଲା।

: ଜାପାନ ‘୩ସି’ ନିୟମକୁ ପାଳନ କରି କ୍ଲୋଜ୍‌ଡ ସ୍ପେସେସ୍‌, କ୍ରାଉଡେଡ୍‌‌ ସ୍ପେସେସ୍‌ ଓ କ୍ଲୋଜ୍‌ଡ୍‌ କଣ୍ଟାକ୍ଟରୁ ନିଜକୁ ଦୂରେଇ ରଖିଛି।

: ଅନୁମାନ କରାଯାଉଛି ଯେ ଜାପାନରେ ଥିବା ଭାଇରସ୍‌ ପ୍ରଜାତି ଏତେ ମାରାତ୍ମକ ନୁହେଁ।

ସମ୍ବନ୍ଧିତ ଖବର