ପରୀକ୍ଷାରେ ଆସିଲା ଏଭଳି ପ୍ରଶ୍ନ, ତୀବ୍ର ହେଲା ରାଜ୍ୟ ରାଜନୀତି

ନୂଆଦିଲ୍ଲୀ: ରବିବାର ଦିନ ବିହାର ପବ୍ଲିକ ସର୍ଭିସ କମିଶନର ମୁଖ୍ୟ ପରୀକ୍ଷାରେ ଏଭଳି ଏକ ଅଜବ ପ୍ରଶ୍ନ ପଚରାଯାଇଥିଲା, ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି | ପ୍ରଶ୍ନଟିର ଭାରତୀୟ ରାଜନୀତିରେ ରାଜ୍ୟପାଳଙ୍କ ଭୂମିକା କଣ ତାହାର ଉତ୍ତର ଲେଖିବାକୁ କୁହାଯାଇଥିଲା | ତେବେ ଏହି ପ୍ରଶ୍ନ ପରେ ବିହାର ରାଜନୀତିରେ ରାଜ୍ୟପାଳ ଏକ କଣ୍ଢେଇ କି ବୋଲି ପ୍ରଶ୍ନ କରାଯାଇଥିଲା |

ଯାହାକୁ ନେଇ ଏବେ ବିବାଦ ଦେଖାଯାଇଛି | ସମ୍ପୂର୍ଣ୍ଣ ପ୍ରଶ୍ନଟି କିଛି ଏଭଳି ଥିଲା “ଭାରତର ରାଜ୍ୟ ରାଜନୀତିରେ ରାଜ୍ୟପାଳଙ୍କର ଭୂମିକା କଣ ଆଲୋଚନା କର, ବିଶେଷ ଭାବେ ବିହାର ରାଜ୍ୟରେ ରାଜ୍ୟପାଳ କଣ ଏକ କଣ୍ଢେଇ ?” ଏହି ପ୍ରଶ୍ନଟିର ଉତ୍ତର ପାଇଁ ୩୮ ମାର୍କ ମିଳିବାକୁ ଥିଲା | ଏଠାରେ ସୂଚନା ଥାଉ କି ବିପିଏସସି ବା ବିହାର ପବ୍ଲିକ ସର୍ଭିସ କମିଶନ ୧୨ ଜୁଲାଇରୁ ୧୬ ଜୁଲାଇ ଯାଏଁ ଚାଲିବ | ଏହି ପରୀକ୍ଷା ମାଧ୍ୟମରେ ମୋଟ ୧୩୯୫ ପଦବୀ ପାଇଁ ନିଯୁକ୍ତି ଦିଆଯିବ |

୨୦୧୮ ଡିସେମ୍ବରରେ ଏହି ପରୀକ୍ଷା ପାଇଁ ପ୍ରିଲିମିନାରୀ ପରୀକ୍ଷା ହୋଇଥିବାବେଳେ ମୋଟ ୧୯୦୧୦୯ ଜଣ ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା ଦେବାକୁ ମନୋନୀତ ହୋଇଥିଲେ | ଏହାକୁ ନେଇ ଶାସକ ଜେଡିୟୁର ଶିକ୍ଷା ମନ୍ତ୍ରୀ କୃଷ୍ଣନନ୍ଦନ ବର୍ମା କହିଛନ୍ତି ଯେ ଏହି ଘଟଣାଟି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ହୋଇଥିବାବେଳେ ଆରଜେଡି ପକ୍ଷରୁ ପ୍ରଶ୍ନ ପ୍ରସ୍ତୁତ କରିଥିବା ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କରାଯାଇଛି |

ସମ୍ବନ୍ଧିତ ଖବର