ଏଣିକି ଡିଜିଟାଲ ଫର୍ମାଟରେ ମଧ୍ୟ ରଖିପାରିବେ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ : ଏଣିକି ବାହାରକୁ ଯିବାବେଳେ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ ଗାଡ଼ି କାଗଜପତ୍ର ସାଙ୍ଗରେ ନେବାକୁ ପଡିବ ନାହିଁ । ଏହାର ଡିଜିଟାଲ ଫର୍ମାଟ ହିଁ ବୈଧ ହେବ । ଡିଜିଲକର କିମ୍ବା ଇ-ପରିବହନ ଆପରେ ଆପଣ ନିଜର ଏସବୁ ପ୍ରମାଣପତ୍ର ରଖି ଦେଖାଇପାରିବେ । ଏ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସବୁ ରାଜ୍ୟ ପରିବହନ ସଚିବମାନଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛି ।
କିଛି ଦିନ ପୂର୍ବେ ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶିତ ଚିଠା କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସଂଶୋଧନ) ରେ ଏହି ବ୍ୟବସ୍ଥା ରହିଥିବା ଖବର ପ୍ରକାଶ ପାଇଥିଲା । ଏସବୁ ପ୍ରସ୍ତାବିତ ନିୟମାବଳୀରେ ମଧ୍ୟ ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ନ୍ୟାସନାଲ ପରମିଟ ହାସଲର କେତେକ ବ୍ୟବସ୍ଥା ରହିଛି । ନାସନାଲ୍‌ ପରମିଟ୍‌ ପ୍ରାପ୍ତ ଯାନଗୁଡ଼ିକ ନିଜର ଆଗ ଓ ପଛରେ ସ୍ପଷ୍ଟଭାବରେ ନ୍ୟାସନାଲ ପରମିଟ ଲେଖିବେ । ଟ୍ରଲରଗୁଡ଼ିକ ଦୁଇ ପାର୍ଶ୍ୱରେ ନ୍ୟାସନାଲ ପରମିଟ୍‌ ଲେଖିବେ । ଅନ୍ୟପକ୍ଷରେ ଜ୍ୱଳନଶୀଳ, ସଂବେଦନଶୀଳ ପଦାର୍ଥ ବହନକରିଯାଉଥିବା ଟ୍ୟାଙ୍କରଗୁଡ଼ିକୁ ଧଳାରଙ୍ଗ କରାଯିବ ।

ସମ୍ବନ୍ଧିତ ଖବର