ନବଜୋତ ସିଂ ସିଦ୍ଧୁୁ ଓ ଇମ୍ରାନ୍‌ ଖାନ୍‌ଙ୍କୁ ଟ୍ଵିଟ୍‌ରରେ ତୀର ମାରିଲେ ଦିଗ ବିଜୟ ସିଂହ

ନୂଆଦିଲ୍ଲୀ: ପୁଲଓ୍ଵାମାଠାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ନିଜ ଦଳର ନେତା ନବଜୋତ ସିଂ ସିଦ୍ଧୁୁଙ୍କୁ ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗ୍‌ ବିଜୟ ସିଂହ। ଦିଗ୍‌ ବିଜୟ ସିଂହ ନିଜର ଟ୍ଵିଟ୍‌ରେ ଉଲ୍ଲେଖ କରିଛନ୍ତି, ‘ନବଜୋତ୍‌ ସିଂହ ସିଦ୍ଧୁଜୀ, ଆପଣ ନିଜର ସାଙ୍ଗ ଇମ୍ରାନ ଭାଇଙ୍କୁ ବୁଝାନ୍ତୁ। ଦ୍ୱିତୀୟ ଟ୍ଵିଟ୍‌ରେ ସେ ପୁଣି ଲେଖିଛନ୍ତି,‘ତାଙ୍କ ଯୋଗୁଁ ଆପଣଙ୍କୁ ଗାଳି ଶୁଣିବାକୁ ପଡୁଛି।’ଏଠାରେ ସୂଚନାଯୋଗ୍ୟ ଯେ ପୁଲଓ୍ଵାମା ଆକ୍ରମଣ ପରେ ପାକିସ୍ତାନ ଉପରେ ନେଇଥିବା ବୟାନ୍‌ ଲାଗି ସିଦ୍ଧୁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ଏପରିକି ଏଥିପାଇଁ ତାଙ୍କୁ ଏକ ଟେଲିଭିଜନ୍‌ ସୋ’ରୁ ମଧ୍ୟ ଆଉଟ୍‌ କରାଯାଉଛି।


ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଟ୍ଵିଟ୍‌ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମଧ୍ୟ ଆହ୍ଵାନ ଦେଇଛନ୍ତି। ସେ ଟ୍ଵିଟ୍‌ରେ ଲେଖିଛନ୍ତି,‘ପାକିସ୍ତାନର ଶ୍ରୀମାନ୍‌ ପ୍ରଧାନମନ୍ତ୍ରୀ କମ୍‌ ଅନ୍‌’। କିଛି ସାହସ ଦେଖାନ୍ତୁ ଓ ଆତ୍ମଘୋଷିତ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ ଓ ମସୁଦ୍‌ ଅଜହରକୁ ଭାରତକୁ ଅର୍ପଣ କରନ୍ତୁ। ଆପଣ ଏଭଳି କାର୍ଯ୍ୟ କରି କେବଳ ଯେ ପାକିସ୍ତାନକୁ ଆର୍ଥିକ ସଂକଟରୁ ରକ୍ଷା କରିବାରେ ସକ୍ଷମ ହେବେ ତା’ ନୁହେଁ, ବରଂ ନୋବେଲ୍‌ ଶାନ୍ତି ପୁରସ୍କାରର ମଧ୍ୟ ମୁଖ୍ୟ ଦାବିଦାର ହେବେ।’

ସମ୍ବନ୍ଧିତ ଖବର