ନୂଆଦିଲ୍ଲୀ : ବଲିଉଡ୍ର ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର ପୁଣିଥରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ନିମୋନିଆରେ ପୀଡ଼ିତ ଥିବା ହେତୁ ତାଙ୍କୁ ଗତ ରବିବାର ରାତିରେ ବାନ୍ଦ୍ରା ସ୍ଥିତ ଲୀଳାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ୯୫ ବର୍ଷୀୟ ଦିଲ୍ଲୀପଙ୍କ ପୁତୁରା ଫୈଜଲ୍ ଫାରୁକି ଏନେଇ ଟ୍ବିଟ୍ କରି ଜଣାଇଛନ୍ତି। ଉେଲ୍ଲଖଯୋଗ୍ୟ ଗତ ସେପ୍ଟେମ୍ବର ମାସରେ ମଧ୍ୟ ଦିଲ୍ଲୀପ କୁମାର ନିମୋନିଆ ହେତୁ ଲୀଳାବତୀ ହସ୍ପିଟାଲ୍ରେ ଚିକିତ୍ସିତ ହୋଇଥିଲେ। କିଛିଦିନ ଚିକିତ୍ସା ହେବାପରେ ସେ ସୁସ୍ଥ ହୋଇ ହସ୍ପିଟାଲ୍ରୁ ଡିସଚାର୍ଜ ହୋଇଥିଲେ।