ମହିଳାଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ମିଥ୍ୟା ଅଭିଯୋଗ ଲାଗିବା ପରେ ନିରାଶ ହୋଇ ନିଜର ଗୁପ୍ତାଙ୍ଗ କାଟିଦେଲେ ସାଧୁ

ବାମ୍‌ନା(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ସ୍ଥାନୀୟ ଲୋକଙ୍କ ମିଥ୍ୟା ଆରୋପକୁ ଗ୍ରହଣ ନ କରି ଜଣେ ସାଧ ନିଜର ଗୁପ୍ତାଙ୍ଗ କାଟି ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ପରେ ଏବେ ବାବାଙ୍କୁ ବାମ୍‌ନାରେ ଥିବା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।

NDTV.com

ସୂଚନା ମୁତାବକ, କମସିନ୍‌ ଗ୍ରାମରେ ରହୁଥିବା ୨୮ବର୍ଷୀୟ ମଦାନି ବାବା ଏକ ଆଶ୍ରମ ତିଆରି କରିବା ପାଇଁ ଚାହୁଁଥିଲେ । କିନ୍ତୁ ସେହି ଗ୍ରାମର କିଛି ଲୋକ ତାଙ୍କୁ ଏପରି କରିବା ପାଇଁ ବିରୋଧ କରି ଆସୁଥିଲେ । ବାବା ପଛକୁ ନ ହଟିବାରୁ ଲୋକମାନେ ତାଙ୍କର ପାଖ ଗାଁର ଜଣେ ମହିଳାଙ୍କ ସହ ପ୍ରେମ ସଂପର୍କ ଅଛି ବୋଲି କହି ମିଥ୍ୟା ପ୍ରଚାର କରିବା ଆରମ୍ଭ କରିଥିଲେ । ଯେଉଁଥିରେ ଅତିଷ୍ଠ ହୋଇ ମଦାନି ବାବା ଏଭଳି ପଦକ୍ଷପ ନେଇଥିବା ସ୍ପଷ୍ଟ ହୋଇଛି । ଅନ୍ୟ ପକ୍ଷରେ ମଦାନି ବାବାଙ୍କ ବୟାନ ରେକର୍ଡ଼ ପରେ ଏହି ଘଟଣାକୁ ନେଇ କଡ଼ା ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର