ବିବାଦୀୟ ମନ୍ତବ୍ୟ

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଉପଦେଶ: ଏହିି ସ୍ପର୍ଶକାତର ଘଟଣାରେ ଆଶାରାମ ୨୦୧୩ ମସିହାରେ ଏଭଳି ମନ୍ତବ୍ୟ ଦେଲେ ଯେ, ତାହା ସବୁଆଡେ ଆଲୋଚନାର ବିଷୟ ପାଲଟିଗଲା। ସେ କହିଥିଲେ ଯେ, ପୀଡ଼ିତା ଯଦି ଦୁଷ୍କର୍ମକାରୀଙ୍କୁ ଭାଇ ବୋଲି କହିଥାନ୍ତେ, ତେବେ ତାଙ୍କ ଜୀବନ ଯାଇ ନଥାନ୍ତା। ଏହା ସହିତ ଗୋଟିଏ ହାତରେ କେବେ ତାଳି ବାଜେ ନାହିଁ।
ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା: ୨୦୧୧ ମସିହାରେ ଦିଲ୍ଲୀ ଯମୁନା ନଦୀ କୂଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତତ୍କାଳୀନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଳ୍ପ ବୁଦ୍ଧିଆ ବବ୍‌୍‌ଲୁ ବୋଲି କହି ଚର୍ଚ୍ଚାକୁ ଆସିଥିଲେ। ଆଶାରାମଙ୍କ ଏହି ମନ୍ତବ୍ୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେ ରାଜନୀତି ଆନକୁ ମନ ବଳାଉଥିବା ନେଇ ଚର୍ଚ୍ଚା ହୋଇଥିଲା।
ଗଣମାଧ୍ୟମକୁ ନେଇ ବିବାଦୀୟ ବିବୃତି: ଆଶାରାମଙ୍କ କାରନାମାର ପର୍ଦ୍ଦାଫାସ ହେବା ପରେ ସେ ଏନେଇ ଗଣମାଧ୍ୟମକୁ ଦୋଷ ଦେଇଥିଲେ। ସେ କହିଥିଲେ, ହାତୀ ଚାଲିବା ସମୟରେ କୁକୁରମାନେ ପଛରେ ଭୁକିବା ଭଳି ଗଣମାଧ୍ୟମ ମଧ୍ୟ ଅନୁରୂପ କାର୍ଯ୍ୟ କରୁଛି। ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ନାହିଁ।

ସମ୍ବନ୍ଧିତ ଖବର