ତିନିଲକ୍ଷ ଦୀପ ଆଲୋକରେ ଆଲୋକିତ ହେବ ଅଯୋଧ୍ୟା

ଲକ୍ଷ୍ମୌ: ଦିପାବଳୀ ପାଇଁ ରାମନଗରୀ ଅଯୋଧ୍ୟାରେ ନିରାଡମ୍ବର ସହକାରେ ପ୍ରସ୍ତୁତି ଚାଲିଛି। ଚଳିତବର୍ଷ ଦିପାବଳୀ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି। ଏହି ରଙ୍ଗୀନ କାର୍ଯ୍ୟକ୍ରମରେରେ ସାମିଲ ହେବା ପାଇଁ ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ ଜୁଙ୍ଗ-ସୁକ ଭାରତରେ ପହଞ୍ଚିଛନ୍ତି। ଅର୍ଥାତ୍‌ ଚଳିତବର୍ଷ ଦୀପାବଳିରେ ତିନିଲକ୍ଷ ଦୀପ ଆଲୋକରେ ଆଲୋକିତ ହେବ ଅଯୋଧ୍ୟା।

ଦିପାବଳୀ ପାଇଁ ସମଗ୍ର ସହରକୁ ଆଲୋକମାଳା ସହିତ ବିଭିନ୍ନ ପ୍ରକାର ସମାଗ୍ରୀରେ ସଜେଇ ଦିଆଯାଇଛି। ଏଥିସହିତ ତିନି ଲକ୍ଷରୁ ଅଧିକ ଦୀପରେ ଅଯୋଧ୍ୟା ହେବ ସଜେଇ। ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଭଗବାନ ରାମଚନ୍ଦ୍ରଙ୍କ ବାଲୁକାକଳାକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ରାମ ନାଏକ ଓ ଦକ୍ଷିଣ କୋରିଆ ପ୍ରଥମ ମହିଳା କିମ। ସେହିପରି ସରୟୁ ନଦୀକୂଳରେ ନିର୍ମାଣ ହେବ ଭଗବାନ ରାମଙ୍କ ତମ୍ବା ମୂର୍ତ୍ତି। ୩୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାମଙ୍କ ତମ୍ବା ମୂର୍ତ୍ତି ସ୍ଥାପନା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବେ ।

 

ସମ୍ବନ୍ଧିତ ଖବର