ଏଣିକି ଡିଜିଟାଲ ଫର୍ମାଟରେ ମଧ୍ୟ ନେଇ ହେବ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ : ଏଣିକି ସବୁ ନ୍ୟାସନାଲ ପରମିଟ ବାଣିଜ୍ୟକ ଯାନରେ ଫାଷ୍ଟାଗ୍‌ ଓ ଟ୍ରାକିଂ ଡିଭାଇସ ଲଗାଇବା ବାଧ୍ୟତାମୂଳକ ହେବ । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶିତ ଚିଠା କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସଂଶୋଧନ) ରେ ଏହି ବ୍ୟବସ୍ଥା ରହିଛି । ଏସବୁ ପ୍ରସ୍ତାବିତ ନିୟମାବଳୀରେ ମଧ୍ୟ ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ନ୍ୟାସନାଲ ପରମିଟ ହାସଲର କେତେକ ବ୍ୟବସ୍ଥା ରହିଛି । ନାସନାଲ୍‌ ପରମିଟ୍‌ ପ୍ରାପ୍ତ ଯାନଗୁଡ଼ିକ ନିଜର ଆଗ ଓ ପଛରେ ସ୍ପଷ୍ଟଭାବରେ ନ୍ୟାସନାଲ ପରମିଟ ଲେଖିବେ । ଟ୍ରଲରଗୁଡ଼ିକ ଦୁଇ ପାର୍ଶ୍ୱରେ ନ୍ୟାସନାଲ ପରମିଟ୍‌ ଲେଖିବେ । ଅନ୍ୟପକ୍ଷରେ ଜ୍ୱଳନଶୀଳ, ସଂବେଦନଶୀଳ ପଦାର୍ଥ ବହନକରିଯାଉଥିବା ଟ୍ୟାଙ୍କରଗୁଡ଼ିକୁ ଧଳାରଙ୍ଗ କରାଯିବ । ତା ଉପରେ ଉକ୍ତ ସାମଗ୍ରୀର ବର୍ଗ ଅନୁସାରେ ଲେବଲ ଲେଖିବେ । ଚିଠା ସଂଶୋଧନ ବିଲରେ ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ କଣ୍ଟ୍ରୋଲ ସାର୍ଟିଫିକେଟ ଏଣିକି ଡିଜିଟାଲ ଫର୍ମାଟରେ ମଧ୍ୟ ଗ୍ରହଣୀୟ ହେବ । ଟ୍ରକରେ ଯାଉଥିବା ସାମଗ୍ରୀ ସବୁବେଳେ ଏକ କଣ୍ଟେନର ଭିତରେ ଯିବ । ଯଦି କୌଣସି ସାମଗ୍ରୀ ଖୋଲାରେ ଯିବା ଆବଶ୍ୟକ ପଡେ (ଯେପରିକି ବାଲି, ଇଟା, ଇତ୍ୟାଦି) ସେଗୁଡ଼ିକୁ ପାଲ, ଟାର୍ପୋଲିନ ଆଦି ଘୋଡାଇ ନିଆଯିବ । ଆସନ୍ତା ୧୧ ତାରିଖ ସୁଦ୍ଧା ଲୋକମାନେ ଏ ସଂପର୍କରେ ନିଜର ମତାମତ ଦେଇପାରିବେ ।

ସମ୍ବନ୍ଧିତ ଖବର