କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାର ଚିକିତ୍ସାଧୀନ ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ୍‌

ଚେନ୍ନାଇ: ଦ୍ରାବିଡ଼ ମୁନ୍ନେତ୍ର କାଝାଗାମ୍‌ର (ଡିଏମ୍‌କେ) ଅଧ୍ୟକ୍ଷ ୬୫ ବର୍ଷିୟ ଏମ୍‌କେ ଷ୍ଟାଲିନ୍‌ ବୃକ୍କ ବା କିଡ୍‌ନି ସଂକ୍ରମଣରେ ଆକ୍ରାନ୍ତ ହୋଇ ବୁଧବାର ବିଳମ୍ବିତ ରାତ୍ରୀରେ ଚେନ୍ନାଇସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ପ୍ରାୟ ମଧ୍ୟରାତ୍ରୀ ସମୟରେ ଷ୍ଟାଲିନ୍‌ ତାଙ୍କ ଅଲଓ୍ଵାର୍‌ପେଟ୍‌ ଘରେ ଅଶ୍ୱସ୍ତି ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଆପୋଲୋ ହସ୍‌ପିଟାଲ୍‌ ନିଆଯାଇଥିଲା ବୋଲି ଡିଏମ୍‌କେ ପ୍ରମୁଖ ସଚିବ ଟିଆର୍‌ ବାଲୁ କହିଛନ୍ତି।

ସେ କହିଛନ୍ତି: ସେମିତି କିଛି ଗୁରୁତର ନୁହେଁ। ସେ ବରାବର ଦଳ କାମରେ ସମ୍ପୃକ୍ତ ଥିବାରୁ ଗତ ଦୁଇମାସ ହେବ ଡାକ୍ତରୀ ଯାଞ୍ଚ ପାଇଁ ଯାଇ ପାରି ନ ଥିଲେ। ଷ୍ଟାଲିନଙ୍କୁ ଡାକ୍ତରମାନେ ଯାଞ୍ଚ କରିଛନ୍ତି। ସେ ଦିନେ ଦି’ଦିନ ବିଶ୍ରାମ ନେବେ।

ଗୁରୁବାର ଦିନ ଷ୍ଟାଲିନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ ହସ୍‌ପିଟାଲ୍‌ ତରଫରୁ ଏକ ବୁଲେଟିନ୍‌ ରିଲିଜ୍‌ ହେବାର ସମ୍ଭାବନା ରହିଛି। ଡାକ୍ତରଖାନା ତରଫରୁ ପ୍ରକାଶ ଯେ ତାଙ୍କ ଠାରେ ସାମାନ୍ୟ ଅସ୍ତ୍ରୋପଚାର କରାଯାଇ ପାରେ।

ଅଗଷ୍ଟ ୭ ତାରିଖ ଦିନ ତାଙ୍କ ବାପା କରୁଣାନିଧିଙ୍କ ମୃତ୍ୟୁ ପରେ ଷ୍ଟାଲିନ୍‌ ଅଗଷ୍ଟ ୨୮ ତାରିଖ ଦିନ ଡିଏମ୍‌କେର ଅଧ୍ୟକ୍ଷ ହୋଇଥିଲେ।

ସମ୍ବନ୍ଧିତ ଖବର