ଡାକ୍ତରଙ୍କ ଦାୟିତ୍ୱହୀନତା : ଅକ୍ସିଜେନ ପାଇପ୍‌ରେ ଅସରପା ପଶିି ଯିବାରୁ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ନାସିକର ଏକ ଡ଼ାକ୍ତରଖାନାରେ ଦେଖିବାକୁ ମିଳିଛି ଏକ ବଡ଼ ଦାୟିତ୍ୱହୀନ କାର୍ଯ୍ୟ । ଡ଼ାକ୍ତରାଖାନାର ଦାୟିତ୍ୱହୀନତା ପାଇଁ ଭେଣ୍ଟିଲେଟରରେ ହିଁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଘଟଣାଟି ନାସିକ ଅଡ଼ଗାଁ ମରାଠା ବିଦ୍ୟା ପ୍ରସାରକ ଡ଼ାକ୍ତରଖାନାରେ ଘଟିଥିବା ବେଳେ ଏଥିରେ ୪୨ ବର୍ଷିୟ ଅଞ୍ଜଳିଙ୍କର ମୃତ୍ୟୁ ଘଟିଛି। ଅଞ୍ଜଳିଙ୍କ ପରିବାର ଲୋକେ ଘଟଣାର ତଦନ୍ତ ପାଇଁ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଖରେ ଦାବି କରୁଥିବା ବେଳେ ଡ଼ାକ୍ତରଖାନା କର୍ମଚାରୀ ଏହା ବିଷୟରେ କିଛି ଉତ୍ତର ଦେଇନାହାନ୍ତି ।

oneindia

ମିଳିଥିବା ସୂଚନା ଅନୁଯାୟୀ , ସୋମବାର ରାତିରେ ହଠାତ୍‌ ଅଞ୍ଜଳିଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ବେଳେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପାଇଁ ଔଷଧ ଆଣିବା ଲାଗି ତାଙ୍କ ପୁଅକୁ ବାହାରକୁ ପଠାଇଥିଲେ ଡାକ୍ତର । ତାଙ୍କ ପୁଅ ଔଷଧ ନେଇ ଡ଼ାକ୍ତରଖାନାରେ ପହଞ୍ଚିବା ସମୟରେ ଅଞ୍ଜଳିଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର କୁହାଯିବା ସହ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି ବୋଲି କହିଥିଲେ ଡ଼ାକ୍ତର। ଭେଣ୍ଟିଲେଟରରେ ଥିବା ସମୟରେ ଅଞ୍ଜଳି ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାର ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଡ଼ାକ୍ତର ତାହାକୁ ଗୁରୁତ୍ୱ ଦେଇ ନ ଥିଲେ। ପରେ ଅଞ୍ଜଳିଙ୍କ ପରିବାର ବର୍ଗ ଅକ୍ସିଜେନ ପାଇପ୍‌ରେ ଅସରପା ଥିବାର ଦେଖିବା ସହ ତାହାକୁ ପରିବର୍ତ୍ତନ କରିବା ପାଇଁ ବାରମ୍ବାର କହିଥିଲେ । କିନ୍ତୁ ଡ଼ାକ୍ତରମାନେ ସେହି କଥାକୁ ଧ୍ୟାନ ଦେଇ ନ ଥିଲେ ଯାହା ଫଳରେ ଅଞ୍ଜଳିଙ୍କର ମୃତ୍ୟୁ ହୋଇଥିଲା।

ଡ଼ାକ୍ତରଖାନାର ଦାୟିତ୍ୱହୀନତା ସମ୍ବନ୍ଧିୟ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି ଅଞ୍ଜଳିଙ୍କ ପରିବାର ସଦସ୍ୟ। ନିକଟରେ ଏହିପରି ଅନେକ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଥିବା ବିଷୟ କହିଛନ୍ତି ସ୍ଥାନୀୟ ପୁଲିସ ଅଧିକାରୀ ।

ସମ୍ବନ୍ଧିତ ଖବର