ଡାକ୍ତର ଜେଟ୍‌ଲୀ, ନୋଟ୍‌ବନ୍ଦୀ ଓ ଜିଏସ୍‌ଟି ଅର୍ଥନୀତିକୁ ଆଇସିୟୁରେ ରଖିଛି: ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ଗୁରୁବାର ଦିନ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ବିମୁଦ୍ରାୟନ ଏବଂ ଜିଏସ୍‌ଟି ବାବଦରେ ଅର୍ଥମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି: ଡାକ୍ତର ଅରୁଣ ଜେଟ୍‌ଲୀ ଏ ଦୁଇଟି ସଂସ୍କାର ଯୋଗୁଁ ଭାରତୀୟ ଅର୍ଥନୀତି ଆଇସିୟୁରେ ପଡ଼ିଛି।

ରାହୁଳ ଟୁଇଟ୍‌ କରି ଲେଖିଛନ୍ତି: ଡାକ୍ତର ଜେଟ୍‌ଲୀ, ନୋଟ୍‌ବନ୍ଦୀ ଏବଂ ଜିଏସ୍‌ଟି ଅର୍ଥନୀତିକୁ ଆଇସିୟୁ ମଧ୍ୟକୁ ପେଲି ଦେଇଛି। ଅନ୍ୟମାନଙ୍କ ଠାରୁ କେଉଁ ଗୁଣରେ କମ୍‌ ନୁହନ୍ତି ବୋଲି ଆପଣ କହୁଛନ୍ତି, କିନ୍ତୁ, ଆପଣଙ୍କ ଔଷଧ ସେମିତି କାମ କରୁନାହିଁ।

ତାଙ୍କ କହିବାର ଅର୍ଥ: ସରକାରଙ୍କ ଅର୍ଥନୈତିକ ସଂସ୍କାର ଦେଶର ଅର୍ଥନୀତିକୁ ଏମିତି ନଷ୍ଟ କରି ଦେଇଛି ଯେ ଡାକ୍ତରଖାନାର ସ୍ପେସାଲ୍‌ କେୟାର୍‌ ୟୁନିଟ୍‌ ଆଇସିୟୁରେ ଅଥବା ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ଥିବା ରୋଗୀଙ୍କୁ କଠିନ ଏବଂ କ୍ଳାନ୍ତିକର ଚିକିତ୍ସା ଯୋଗାଇବା ପରି ଏଥିରେ କୌଣସି ସମ୍ଭାବ୍ୟ ଉପସମ ଯନ୍ତ୍ରଣାଦାୟକ ରୂପେ ମନ୍ଥର ହେବ।

ଉଭୟ ବିମୁଦ୍ରାୟନ ଏବଂ ଜିଏସ୍‌ଟି ପ୍ରସଙ୍ଗକୁ ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ କେତେ ଗୁଡ଼ିଏ ଆକ୍ରମଣ ଓ ପ୍ରତି ଆକ୍ରମଣ ଚାଲିଛି।

ଅଳ୍ପ କିଛି ଦିନ ତଳେ କଂଗ୍ରେସ ଜିଏସ୍‌ଟିକୁ ‘ଗବ୍ଦର୍‌ ସିଂହ ଟ୍ୟାକ୍ସ’ ବୋଲି ଅଭିହିତ କରି ଅଭିଯୋଗ ବାଢ଼ିଥିଲା କି ଏହା ଲୋକମାନଙ୍କର କଷ୍ଟୋପାର୍ଜିତ ଅର୍ଥକୁ ଜାବୁଡ଼ି ଧରୁଛି। ଉତ୍ତରରେ ବିଜେପି କହିଥିଲା, ଯେଉଁମାନେ ଟୁଜି ଏବଂ କୋଲ୍‌ ବ୍ଲକ୍‌ ସ୍କାମ୍‌ରେ ଅଭ୍ୟସ୍ତ ସେମାନେ ବୈଧ୍ୟ ଟିକସ ପ୍ରତି ଅଭିଯୋଗ ଉଠାଇବେ।

ନଭେମ୍ବର ୮ ତାରିଖକୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ‘କଳା ଦିବସ’ ଭାବେ ପାଳନ କରିବେ। ଗତ ବର୍ଷ ନଭେମ୍ବର ୮ ତାରିଖ ଦିନ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଥିଲେ।

ନଭେମ୍ବର ୮ ତାରିଖକୁ ‘କଳାଟଙ୍କା ନିରୋଧୀ ଦିବସ’ ରୂପେ ପାଳିବାକୁ ବିଜେପି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର