ଜାତିଆଣ ନିର୍ଯାତନା ସହିନପାରି, ଡାକ୍ତରଙ୍କ ଆତ୍ମହତ୍ୟା

ମୁମ୍ବାଇ: ମୁମ୍ବାଇର ଜଣେ ମହିଳା ଡାକ୍ତର ତାଙ୍କ ସିନିୟର୍‌ଙ୍କ ଦ୍ୱାରା ଜାତିକୁ ନେଇ ନିର୍ଯାତନାର ଶିକାର ହେବା ପରେ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଘଟଣା ଆଲୋଡନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ପାୟଲ ତଡ଼୍‌ଭି ନାମକ ପ୍ରସୂତି ବିଭାଗରେ ସ୍ନାତକୋତ୍ତର ପଢ଼ୁଥିବା ଛାତ୍ରୀ ସରକାରଙ୍କ ଦ୍ୱାରା ପରିଚାଳିତ ବିୱାଇଏଲ୍‌ ନାୟର ହସ୍ପିଟାଲର ଛାତ୍ରୀନିବାସରେ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ତାଙ୍କର ସିନିୟର୍‌ମାନେ ପାୟଲଙ୍କ ଜାତିଙ୍କୁ ନେଇ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇ ମାନସିକ ନିର୍ଯାତନା ଦେଉଥିଲେ। ଏଭଲିକି ସେମାନେ ସୋସିଆଲ୍‌ ମିଡିଆକୁ ମଧ୍ୟ ବ୍ୟବହାର କରି ପାୟଲଙ୍କୁ ଅପମାନିତ କରୁଥୁଲେ। ଏନେଇ ପାୟଲ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ସିନିୟର୍‌ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ମାନସିକ ଭାରସାମ୍ୟ ହରାଇ ପାୟଲ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷେ ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି, ପାୟଲ ଏନେଇ କୌଣସି ଲିଖିତ ଅଭିଯୋଗ କରଥିବା ସୂଚନା ନାହିଁ। ଏହି ଘଟଣାରେ ଅଗ୍ରିପଡ଼ା ପୁଲିସ ପାୟଲଙ୍କ ୩ ଜଣ ସିନିୟର୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ସିନିୟର୍‌ଙ୍କ ମଧ୍ୟରେ ହେମା ଆହୁଜା, ଭକ୍ତି ମାହେର ଏବଂ ଅଙ୍କିତା ଖଣ୍ଡେଲ୍‌ୱାଲ୍‌ ଅଛନ୍ତି।

ସମ୍ବନ୍ଧିତ ଖବର