ଅପରେସନ୍‌ ଟେବୁଲରେ ରୋଗୀ ପଡ଼ି ରହିଥିବା ବେଳେ ଚିକିତ୍ସା କରିବା ପରିବର୍ତ୍ତେ ନାଚିଲେ ମହିଳା ସର୍ଜନ, ରୋଗୀଙ୍କର ହୋଇଗଲା ବ୍ରେନ୍‌ଡେଡ୍‍

ଅଟ୍‌ଲାଣ୍ଟା : ଡ଼ାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ରୋଗୀମାନଙ୍କର ବଞ୍ଚିବା ମରିବା ଡ଼ାକ୍ତରଙ୍କ ଉପରେ ନିର୍ଭର କରିଥାଏ । କିନ୍ତୁ ଅଟ୍‌ଲାଣ୍ଟାରେ ଡ଼ାକ୍ତରଙ୍କ ଚିକିତ୍ସାରେ ଅବହେଳା ହେତୁ ଜଣେ ରୋଗୀଙ୍କର ବ୍ରେନ୍‌ଡେଡ୍‌ ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ରୋଗୀଙ୍କୁ ଅପରେସନ୍‌ ପାଇଁ ଅଣା ଯାଇଥିବା ବେଳେ ସର୍ଜରୀ ଟେବୁଲ ପାଖରେ ସର୍ଜରୀ କରିବା ପରିବର୍ତ୍ତେ ନାଚିବା ଆରମ୍ଭ କରିଥିଲେ ଡ଼ାକ୍ତର ଓ୍ଵିଣ୍ଡିଲ୍‌ । ଏହା ସହ ସେ ନିଜର ଏକ ଭିଡ଼ିଓ ମଧ୍ୟ ତିଆରି କରିଥିଲେ । ଏହା ପରେ ରୋଗୀ ଜଣକ ବ୍ରେନଡେଡ୍‌ ହୋଇଯାଇଥିଲା। ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଭିଡ଼ିଓ ପଛର କାହାଣୀ ଜାଣି ପୁଲିସ ଡ଼ାକ୍ତର ଓ୍ଵିଣ୍ଡିଲ୍‌ଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ଭିଡ଼ିଓ ଭାଇରାଲ ପରେ ଏବେ ଗୋଟିଏ ପରେ ଗୋଟିଏ ଓ୍ଵିଣ୍ଡିଲ୍‌ଙ୍କ ବିରୋଧରେ ଏତଲା ରୁଜୁ ହେବା ଆରମ୍ଭ ହୋଇଛି । ପୂର୍ବରୁ ସେ କରିଥିବା ଅପରେସନକୁ ନେଇ ରୋଗୀମାନେ ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଜଣେ ରୋଗୀ ଶରୀରର ଚର୍ବି ହଟାଇବା ପାଇଁ ଆସିଥିବା ବେଳେ ଡ଼ାକ୍ତର ଓ୍ଵିଣ୍ଡିଲ ତାଙ୍କର ମସ୍ତିଷ୍କ ଅପରେସନ କରି ଦେଇଥିଲେ । ଯାହା ଫଳରେ ସେ କୋମାକୁ ଚାଲି ଯାଇଥିଲେ । ଏଭଳି କିଛି ମାମଲା ସାମ୍ନାକୁ ଆସିବାରୁ ପୁଲିସ ଓ୍ଵିଣ୍ଡିଲ୍‌ଙ୍କ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର