ଦୁଇଟି ଫୁଟ୍‌ବଲ ଆକାରର ଟ୍ୟୁମର ବାହାର କରିବାରେ ସଫଳ ହେଲ ଦିଲ୍ଲୀ ଡ଼ାକ୍ତର, ଟ୍ୟୁମରର ଓଜନ ଥିଲା ୨୪କିଲୋ

ନୂଆଦିଲ୍ଲୀ : ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଦିଲ୍ଲୀ ଡ଼ାକ୍ତର । ତନଜାନିଆନ ଦେଶର ଜଣେ ଯୁବକ ଟ୍ୟୁମର ସମସ୍ୟା ଦେଇ ଭାରତ ଆସିଥିବା ବେଳେ ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଛନ୍ତି ଦିଲ୍ଲୀ ହସ୍ପିଟାଲର ଡ଼ାକ୍ତର । ଯୁବକଙ୍କ ପେଟରୁ ଦୁଇଟି ଫୁଟବଲ ଆକାରର ଟ୍ୟୁମର ବାହାର କରାଯାଇଥିବା ବେଳେ ଟ୍ୟୁମର ଦୁଇଟିର ଓଜନ ୨୪କିଲୋ ବୋଲି ଜଣା ପଡ଼ିଛି । ଅସ୍ତ୍ରୋପଚାର ପରେ ନିଜର ପୂରା କାହାଣୀ ଜଣାଇଛନ୍ତି ଆଲୋଏସ୍‌ ଜନ୍‌ ଜେଓ୍ଵ ।

NetDoctor

ତାଙ୍କ ଅନୁଯାୟୀ, ଡିସେମ୍ବର ୨୦୧୭ରୁ ତାଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ୨୦୧୮ରେ ଏହାକୁ ବାହାର କରିବା ପାଇଁ ଆଫ୍ରିକାରେ ସର୍ଜରୀ କରିଥିଲେ ମଧ୍ୟ ସର୍ଜରୀ ସଫଳ ହୋଇ ପାରି ନଥିଲା । ଯାହା ପରେ ସେ ଇଣ୍ଟରନେଟ୍‌ରେ ଭାରତୀୟ ଡ଼ାକ୍ତରମାନେ ଏ ସମସ୍ୟାର ଚମତ୍କାର ସମାଧାନ କରୁଥିବା ନେଇ ଜାଣିବାକୁ ପାଇଥିଲେ । ଏହା ପରେ ପରେ ସେ ଦିଲ୍ଲୀ ଆସି ନିଜର ଚିକିତ୍ସା କରିବା ଆରମ୍ଭ କରିଥିଲେ । ସର୍ଜରୀ ପାଇଁ ୬ଘଣ୍ଟା ସମୟ ଲାଗିଥିବା ବେଳେ ପାଖା ପାଖି ୪ଲିଟର ରକ୍ତ ଲାଗି ଥିଲା । ସେଥିପାଇଁ ଡ଼ାକ୍ତର ପୂର୍ବରୁ ରକ୍ତ, ପ୍ଲାଜମା ଏବଂ ପ୍ଲେଟ୍‌ଲେଟ୍‌ସର ବ୍ୟବସ୍ଥା କରି ରଖିଥିଲେ । ସର୍ଜରୀ ପରେ ଏବେ ଆଲୋଏସ୍‌ ସୁସ୍ଥ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର