ଏହି କାରଣରୁ ୧୦୦ କିଲୋମିଟର ଯାତ୍ରା କରି ମାଲିକକୁ କାମୁଡ଼ିଲା ପୋଷା କୁକୁର, ପରେ ଜିଭରେ ଚାଟି ଦେଖାଇଲା ସ୍ନେହ

ଓ୍ଵାଶିଂଟନ : କୁକୁରକୁ ସବୁଠାରୁ ବିଶ୍ୱସ୍ତ ପଶୁ ବୋଲି କୁହାଯାଏ । କିନ୍ତୁ ଆମେରିକାର ଏକ କୁକୁର ଏହି ଉକ୍ତିଟିକୁ ଭୁଲ ପ୍ରମାଣିତ କରିଛି । କୁକୁରକୁ ଖାଇବାକୁ ଦେଇ ଘରେ ରଖିଥିବା ମାଲିକକୁ ୧୦୦ କିଲୋମିଟର ରାସ୍ତାରେ ଯାଇ କାମୁଡ଼ିବା ପରେ ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏହା ପଛରେ ଥିବା କାରଣ ସବୁଠାରୁ ଆଶ୍ଚର୍ଯ୍ୟଜନକ ବୋଲି ଜଣା ପଡ଼ିଛି । ତେବେ, କୁକୁରଟି ମାଲିକଙ୍କର ନାମ ସେଣ୍ଟିୟାଗୋ ମାର୍ଟିନିଜ୍‌ ବୋଲି ସୂଚନା ରହିଛି।

ସୂଚନା ମୁତାବକ, ସେଣ୍ଟିୟାଗୋ ପ୍ରତି ବର୍ଷ ଛୁଟି କଟାଇବା ପାଇଁ ଅଲ୍‌ବୁର୍କନ ଯାଇଥାନ୍ତି । ଯେତେବେଳେ କୁକୁରଟି ଛୋଟ ଥିଲା, ସେତେବେଳେ ସେଣ୍ଟିୟାଗୋ କୁକୁରଟିକୁ ସାଥୀରେ ନେଇ ବୁଲି ଯାଉଥିଲେ । କିନ୍ତୁ ଏ ବର୍ଷ ସେଣ୍ଟିୟାଗୋ ବୁଲି ଯାଇଥିବା ବେଳେ ନିଜ କୁକୁରକୁ ସାଥୀରେ ନେଇ ନଥିଲେ । ଯାହାର ପ୍ରତିଶୋଧ ନେବା ପାଇଁ କୁକୁରଟି ୯ଦିନ ଯାତ୍ରା କରି ୧୦୦କିଲୋମିଟର ଯାଇ ସେଣ୍ଟିୟାଗୋଙ୍କ ପାଖରେ ପହଞ୍ଚିଥିଲା ।
ସମୁଦ୍ର କୂଳରେ ସେଣ୍ଟିୟାଗୋ ବସିଥିବା ବେଳେ ନିଜ ପାଳିତ କୁକୁରକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରେ ସେ ଆଲିଙ୍ଗନ କରିବା ପାଇଁ ହାତ ବଢ଼ାଇଥିବା ବେଳେ କୁକୁରଟି ରାଗରେ ନିଜ ମାଲିକଙ୍କୁ କାମୁଡ଼ି ଦେଇଥିଲା । କାମୁଡ଼ିବା ପରେ ସେ ସେଣ୍ଟିୟାଗୋଙ୍କୁ ଚାଟିବା ଆରମ୍ଭ କରି ସ୍ନେହ ଦେଖାଇଥିବା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର