ବେଙ୍ଗଲୁରୁ: ବଡ ବଡ ହୋଟେଲମାନଙ୍କରେ ମଟନ୍ ନାଁରେ କୁକୁର ମାଂସ ଦେବା ଘଟଣା ଅନେକ ଥର ସାମ୍ନାକୁ ଆସିଛି । ଏଭଳି ଏକ ମାମଲା ବେଙ୍ଗଲୁରୁରୁ ସାମ୍ନାକୁ ଆସିଛି ଯେଉଁଠି କୁକୁର କଟାଯାଇ ହୋଟେଲମାନଙ୍କରେ ଏବଂ ମଟନ୍ ଦୋକାନ ବିକ୍ରି କରାଯାଉଛି । ଅସଲ କଥା ହେଉଛି , ବେଙ୍ଗଲୁରୁର ବିବିଏଚବି ଆପାର୍ଟମେଣ୍ଟରୁ ବାରବୁଲା କୁକୁରକୁ ହଟାଇବା ପାଇଁ ରେସିଣ୍ଡଣ୍ଟ୍ ୱେଲଫେୟାର୍ ଆସୋସିଏସନ୍ ତାମିଲନାଡୁର ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି । ତେବେ ଏହି କୁକୁରକୁ ମାରି ଏମାନଙ୍କ ମାଂସ ହୋଟେଲ ଏବଂ ମଟନ୍ ଦୋକାନରେ ବିକ୍ରି ହେଉଥିବା କଥା କୁହାଯାଉଛି ।
ତେବେ ଏହି ଘଟଣା ନୂଆ ନୁହଁ ଏହା ପୂର୍ବରୁ ମଧ୍ୟ ବେଙ୍ଗଲୁରୁରେ ବାରବୁଲା କୁକୁରଙ୍କୁ ହଟାଇ ତାଙ୍କ ମାଂସ ବିକ୍ରି କରିଥିବା ଘଟଣା ସାମ୍ନାକୁ ଆସିସାରିଛି । ଏହା ପୂର୍ବରୁ ମଧ୍ୟ ଶହେରୁ ଅଧିକ କୁକୁର ଏକ ସଙ୍ଗରେ ଗାଏବ୍ ହୋଇଥିଲେ ଏବଂ ସେତେବେଳେ ମଧ୍ୟ ଏହି ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ମାମଲାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ୍ ଅଣ୍ଟା ଭିଡିଲାଣି ।