ମୃତ ଶରଣାର୍ଥୀଙ୍କ ଫଟୋ ସହ ଟ୍ରମ୍ପଙ୍କ କାର୍ଟୁନ ତିଆରି କରିବାରୁ ଚାଲିଗଲା ଚାକିରି

ନୂଆଦିଲ୍ଲୀ : ଆମେରିକା ଏବଂ ମେକ୍ସିକୋ ସୀମାରେ ଜଣେ ଶରଣାର୍ଥୀ ବାପା ଏବଂ ତାଙ୍କ ଝିଅର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଯାହା ପରେ ଦୁହିଁଙ୍କ ଫଟୋ ଖୁବ୍‌ ଭାଇରାଲ ହେବା ସହ ଫଟୋଟି ଦେଶବାସୀଙ୍କ ଆଖିରେ ଲୁହ ଆଣିଥିଲା । ଏଭଳି ଫଟୋ ସାମ୍ନାକୁ ଆସିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିଜା ନୀତିକୁ ନେଇ ଅନେକ ଲୋକ ପ୍ରଶ୍ନ କରିଥିଲେ । ଏ ମଧ୍ୟରେ କାନାଡାର ଜଣେ କାର୍ଟୁନିଷ୍ଟ ଏହି ମାମଲାକୁ ନେଇ ଟ୍ରମ୍ପଙ୍କ ଏକ କାର୍ଟୁନ ତିଆରି କରିଥିଲେ । ଫଟୋଟି ଖୁବ୍‌ ଭାଇରାଲ ହୋଇଥିବା ବେଳେ ଏବେ ସେ କାର୍ଟୁନିଷ୍ଟଙ୍କୁ ଏଥିପାଇଁ ନିଜର ଚାକିରି ହରାଇବାକୁ ପଡ଼ିଛି । ଯାହାର ସୂଚନା କାର୍ଟୁନିଷ୍ଟଜଣଙ୍କ ଟୁଇଟ୍‌ କରି ଜଣାଇଛନ୍ତି ।

ସୂଚନା ମୁତାବକ, କାର୍ଟୁନିଷ୍ଟ ମାଇକେଲ ଡି ଏଡର ଏକ କାର୍ଟୁନ ତିଆରି କରିଥିଲେ । ଯେଉଁଥିରେ ମୃତ ଶରଣାର୍ଥୀ ତାଙ୍କ ଝିଅ ସହ ତଳେ ପଡ଼ିଥିବା ବେଳେ ତାଙ୍କ ପାଖରେ ଟ୍ରମ୍ପ ଗଲ୍‌ଫ କାର୍ଟ ଧରି ଠିଆ ହୋଇଛନ୍ତି । ଏହା ସହ ଯଦି ମୁଁ ଏଠାରେ ଖେଳେ, ତେବେ ତୁମେ ଖରାପ ଭାବିବ କି ବୋଲି ପଚାରୁଛନ୍ତି । ତେବେ ଏହି ଫଟୋ ଭାଇରାଲ ହେବାର ଦୁଇ ଦିନ ପରେ କାର୍ଟୁନିଷ୍ଟ ମାଇକେଲ ଡି ଏଡରଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା କହିଛନ୍ତି ଏଡର ।

ତାଙ୍କ ଅନୁଯାୟୀ, ପୂର୍ବରୁ ମୁଁ ଟ୍ରମ୍ପଙ୍କୁ ନେଇ ଦୁଇଟି କାର୍ଟୁନ ବନାଇଥିଲି । ଯାହା ଭାଇରାଲ ହୋଇଥିଲା । କିନ୍ତୁ ଏହି କାର୍ଟୁନଟି ଭାଇରାଲ ହେବା ପରେ ହିଁ ମୋତେ ଚାକିରିରୁ ବାହାର କରି ଦିଆଗଲା । ଏହା ସହ ଛପାଯିବାକୁ ଥିବା ଅନ୍ୟ କାର୍ଟୁନକୁ ମଧ୍ୟ ରୋକି ଦିଆଯାଇଥିବା କହିଛନ୍ତି ଏଡର ।

ସମ୍ବନ୍ଧିତ ଖବର