୨୦୧୯ ପ୍ରାରମ୍ଭରେ ଉତ୍ତର କୋରିଆର କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ଭେଟି ପାରେ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

0 528

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି କିଂବା ଫେବ୍ରୁଆରି ମାସରେ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ଭେଟି ପାରେ ଏବଂ ଦ୍ୱିତୀୟ ବୈଠକ ନିମନ୍ତେ ତିନୋଟି ସ୍ଥାନ ବିଚାରାଧୀନ ରହିଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଶନିବାର ଦିନ କହିଛନ୍ତି।

ଆର୍ଜେଣ୍ଟିନାରୁ ଜିଟେ୍ଵଣ୍ଟି ଶିଖର ବୈଠକରୁ ଫେରିବା ପରେ ଆବ୍ରୋଡ୍‌ ଏୟାର୍‌ ଫୋର୍ସ ଓ୍ଵାନ୍‌ରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍‌ କହିଛନ୍ତି: ଆମେ ସୁରୁଖୁରୁରେ ଚାଲିଛୁ। ଆମର ସମ୍ପର୍କ ଭଲ ଅଛି।

କୌଣସି ସମୟରେ ସେ କିମ୍‌ଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାକୁ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି।

ଜୁନ୍‌ ମାସରେ ସିଙ୍ଗାପୁର ଠାରେ ପ୍ରଥମ ବୈଠକ ପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ବୈଠକ ନିମନ୍ତେ ଦୁଇ ପକ୍ଷ କଥାବାର୍ତ୍ତା ଚଳାଇଛନ୍ତି।

ଶନିବାର ଦିନ ଏକ ବିବୃତିରେ ହ୍ଵାଇଟ୍‌ ହାଉସ୍‌ କହିଛି ଯେ ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ଟ୍ରମ୍ପ୍‌ଙ୍କ ସାକ୍ଷାତ୍‌ ପରେ ସେମାନେ ଓ କିମ୍‌ ଏକ ପାରମାଣବିକ ମୁକ୍ତ କୋରୀୟ ଉପଦ୍ୱୀପ ଦେଖିବାକୁ ଚାହୁଁଛନ୍ତି।

ଉତ୍ତର କୋରିଆ ସମ୍ପର୍କରେ ଖୁବ୍‌ ଅଗ୍ରଗତି ହୋଇଥିବା କଥା ଜି ଓ ଟ୍ରମ୍ପ୍‌ ରାଜି ହୋଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.