ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଟୁଇଟ୍‌: ଶ୍ରୀଲଙ୍କାରେ ବିସ୍ଫୋରଣରେ ୧୩୮ ନିୟୁତ ଲୋକ ମରିଛନ୍ତି, କିନ୍ତୁ ଶ୍ରୀଲଙ୍କାର ଜନସଂଖ୍ୟା ମାତ୍ର ୨୧ ନିୟୁତ!

0

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିସ୍ଫୋରଣ ସଂକ୍ରାନ୍ତରେ ଶୋକବାର୍ତ୍ତା ଟୁଇଟ୍‌ କରିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଗୋଟାଏ ସାଙ୍ଘାତିକ ତ୍ରୁଟି କରି ପକାଇଥିଲେ। ନିଜର ଆନ୍ତରିକ ଶୋକବାର୍ତ୍ତା ଟୁଇଟ୍‌ କଲା ବେଳେ ସେ ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା ‘୧୩୮ ନିୟୁତ’ ବୋଲି ଲେଖି ପକାଇଥିଲେ। ବାସ୍ତବରେ ମୃତ୍ୟୁସଂଖ୍ୟା ସେତେବେଳେ ଥିଲା ୨୦୦ ମଧ୍ୟରେ। ତା’ଛଡ଼ା ଶ୍ରୀଲଙ୍କାର ଜନସଂଖ୍ୟା ମାତ୍ର ୨୧ ନିୟୁତ।କିଛି ସମୟ ପରେ ସେ ଟୁଇଟ୍‌କୁ ଡିଲିଟ୍‌ କରି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ସାନି ଟୁଇଟ୍‌ ପୋଷ୍ଟ୍‍ କଲେ। ଯାହାହେଉ, ଏଥର ସେ ମୃତ୍ୟୁସଂଖ୍ୟା ପରେ ‘ନିୟୁତ’ ଶବ୍ଦ ଉଠାଇ ନେଇଥିଲେ।

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଇଷ୍ଟର୍‌ ପାଳନକୁ ନଷ୍ଟ କରି ଗୀର୍ଜା ଓ ପଞ୍ଚ-ତାରକା ହୋଟେଲ୍‌ମାନଙ୍କରେ ଆଠଟି ବିସ୍ଫୋରଣ ହେବା ପରେ ହିଁ ଟ୍ରମ୍ପ୍‌ ଏହି ଟୁଇଟ୍‌ କରିଥିଲେ।

ଭୁଲ୍‌ ସୂଚନା ଓ ମିଥ୍ୟା ସମ୍ବାଦ ପ୍ରସାଣ ରୋକିବା ଲାଗି ଶ୍ରୀଲଙ୍କା ସରକାର ଟୁଇଟର୍‌ ଓ ଫେସ୍‌ବୁକ୍‌ ସମେତ ଅନ୍ୟ ପ୍ରମୁଖ ସାମାଜିକ ଗଣମାଧ୍ୟମଗୁଡ଼ିକୁ ବ୍ଲକ୍‌ କରିଛନ୍ତି।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଭୟାନକ ବିସ୍ଫୋରଣ ଘଟଣାକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.