ଅହମଦାବାଦ: ଫେବ୍ରୁଆରି ୨୪ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ୩ ଘଣ୍ଟା ପାଇଁ ଗୁଜରାଟ ଗସ୍ତ କରିବେ। ଏ ବାବଦରେ ଗୁଜରାଟ ସରକାରଙ୍କୁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି।
ଟ୍ରମ୍ପ୍ଙ୍କ ଗସ୍ତ ପାଇଁ ‘ଅହମଦାବାଦ ମୁନିସ୍ପାଲ୍ କର୍ପୋରେସନ୍’ ଏବଂ ‘ଅହମଦାବାଦ ଅର୍ବାନ୍ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ ମିଳିତ ଭାବେ ଏତେ ପରିମାଣର ଅର୍ଥ ବ୍ୟୟ କରିବେ। ଅହମଦାବାଦ ସହରର ରାସ୍ତାଘାଟ ନବୀକରଣ ଏବଂ ସହରର ସୌନ୍ଦର୍ଯ୍ୟକରଣରେ ଏହି ଅର୍ଥ ବ୍ୟୟ ହେବ।
Image Source: The Times of Indiaସହରର ୧୭ଟି ପିଚୁ ରାସ୍ତାରେ ପୁଣି ଥରେ ପିଚୁ ପକାଯାଇ ସମତୁଲ କରାଯିବ। ଟ୍ରମ୍ପ୍ ‘ମୋଟେରା ଷ୍ଟାଡିୟମ୍’ ଉଦ୍ଘାଟନ କରିବା ପରେ ବିମାନ ବନ୍ଦରକୁ ଫେରିଯିବା ନିମନ୍ତେ ୧. ୫ କିଲୋମିଟର ଏକ ନୂଆ ସଡ଼କ ନିର୍ମାଣ କରାଯିବ। ଏସବୁ କାର୍ଯ୍ୟ ନିମନ୍ତେ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ।
କାର୍ଯ୍ୟକ୍ରମ ସ୍ଥଳୀ ଏବଂ ସେଠାକୁ ଯିବା ରାସ୍ତାର ସୌନ୍ଦର୍ଯ୍ୟକରଣ ନିମନ୍ତେ ‘ଅହମଦାବାଦ ମୁନିସ୍ପାଲ୍ କର୍ପୋରେସନ୍’ ୬ କୋଟି ଟଙ୍କା ଖର୍ଚ୍ଚ କରିବ। ରାସ୍ତା ମରାମତି ଲାଗି ‘ଅହମଦାବାଦ ଅର୍ବାନ୍ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ ଖର୍ଚ୍ଚ କରିବ ୨୦ କୋଟି ଟଙ୍କା।
Image Source: The Times of Indiaସମୁଦାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରୁ କେନ୍ଦ୍ର ସରକାର କିଛି ସହାୟତା ଦେଇପାରନ୍ତି। କିନ୍ତୁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଜଣାପଡ଼ିଛି।
Image Source: The Times of Indiaସମୟ କମ୍ ଥିବାରୁ ପ୍ରଶାସନିକ ଅନୁମୋଦନକୁ ଅପେକ୍ଷା ନ କରି ଆବଶ୍ୟକ ଅନୁଯାୟୀ ଅର୍ଥ ବ୍ୟୟ କରିବାକୁ ସମସ୍ତ ବିଭାଗକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Donald-Trumps-Gujrat-Tour-Cost-Estimates_Thumbnail.jpg)