ଅବସର ପରେ ବି ପ୍ରତିରକ୍ଷା ମନ୍ତ୍ରାଳୟକୁ ଦେଲେଣି ୧ କୋଟି ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ସେନାର ଯବାନ ଦେଶ ପାଇଁ ଯୁଦ୍ଧକ୍ଷେତ୍ରରେ ଯେମିତି ଲଢେଇ କରନ୍ତି ଅବସର ପରେ ବି ଦେଶ ପାଇଁ ସେମାନଙ୍କ ସେବା ଅବ୍ୟାହତ ରଖନ୍ତି | ଠିକ ଏଭଳି ଜଣେ ସୈନିକଙ୍କ କଥା ଆମେ ଆଜି ଆପଣଙ୍କୁ କହିବୁ ଯିଏ କି ଅବସର ନେବା ପରେ ବି ସେନାକୁ ନିଜର ସବୁ କିଛି ଅର୍ଜିତ ଧନ ଦେଇସାରିଛନ୍ତି | ୧୦୮ ମାସର ଭାରତୀୟ ବାୟୁସେନାରେ ଚାକିରୀ ପରେ ଅବସର ନେଇଥିଲେ ୭୪ ବର୍ଷୀୟ ସିବିଆର ପ୍ରସାଦ | ଅବସର ପରେ ପ୍ରସାଦ ଏକ କୁକୁଡା ଫାର୍ମ ଆରମ୍ଭ କରିଥିଲେ |

ତେବେ ନିଜ ଦେଶ ପାଇଁ ସବୁବେଳେ କିଛି କରିବାକୁ ମନରେ ଭାବିଥିବା ଏହି ସୈନିକ ସେନା ପାଇଁ କିଛି କରିବାକୁ ଚିନ୍ତା କରିଥିଲେ | କୁକୁଡା ପାଳନ ଫାର୍ମରୁ ମିଳୁଥିବା ସମସ୍ତ ଲାଭ ଅର୍ଥକୁ ସଂଚୟ କରି ରଖିଥିଲେ | ତେଣୁ ୧୦୮ ମାସର ଚାକିରୀ ସୁଯୋଗ ଦେଇଥିବା ସେନାକୁ ୧୦୮ ଲକ୍ଷ ବା ୧ କୋଟି ୮ ଲକ୍ଷ ଟଙ୍କାର ଅର୍ଥ ଦେବାକୁ ନିଷ୍ପତ୍ତି ନେଇଥିଲେ |

ଏହି ଅର୍ଥକୁ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରଦାନ କରିଛନ୍ତି | ୩୦ ବର୍ଷ ଧରି କୁକୁଡ଼ା ଫାର୍ମ ଚଳାଇ ଯାହା ବି ଅର୍ଥ ଉପାର୍ଜନ କରିଥିଲେ ସେଥିରୁ ପତ୍ନୀଙ୍କୁ ୧ ପ୍ରତିଶତ, ଝିଅକୁ ୨ ପ୍ରତିଶତ ଓ ସେନାକୁ ୯୭ ପ୍ରତିଶତ ଅର୍ଥ ପ୍ରଦାନ କରିଛନ୍ତି |

ସମ୍ବନ୍ଧିତ ଖବର