ବ୍ୟଭିଚାର ଆଇନ୍‌ ପ୍ରଣୟନ କରିଥିବା ବ୍ୟକ୍ତି ନିଜେ ବ୍ୟଭିଚାର ମାମଲାରେ ଫଶିଲେ, ଖାଇଲେ ୨୮ ଚାବୁକ ପାହାର

ଇଣ୍ଡୋନେସିଆ: ବ୍ୟଭିଚାର ଆଇନ୍‌ ପ୍ରଣୟନ କରିଥିବା ବ୍ୟକ୍ତି ନିଜେ ବ୍ୟଭିଚାର ମାମଲାରେ ଫଶିଲେ। ଏପରି ଅଭାବନୀୟ ଘଟଣା ଘଟିଛି ଇଣ୍ଡୋନେସିଆଠାରେ। ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଜଣେ ବିବାହିତା ମହିଳାଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। କଠୋର ବ୍ୟବଭିଚାର ଆଇନ୍‌ ବନାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିିଥିବା ଏକ ସଂସ୍ଥାରେ କାମ କରୁଥିବା ଏହି ବ୍ୟକ୍ତି ନିଜେ ଏପରି ଏକ ମାମଲାରେ ଫଶିଛନ୍ତି।

ବ୍ୟଭିଚାର, ମଦ୍ୟପାନ, ସମଲିଙ୍ଗୀ ସଂପର୍କ କିମ୍ବା ବିବାହ ପୂର୍ବର ସଂପର୍କକୁ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଦଣ୍ଡନୀୟ ଅପରାଧ ବିବେଚନା କରାଯାଏ।

Ghana – Global News

ଗୁରୁବାର ମୁଖିଲ ନାମକ ଏହି ଅଭିଯୁକ୍ତଙ୍କ ପିଠିରେ ବ୍ୟବିଚାର ଆଇନ୍‌ ଅଧୀନରେ ୨୮ ଥର ଚାବୁକ ମାଡ଼ ହୋଇଛି। କେବଳ ମୁଖିଲ ନୁହଁନ୍ତି ତାଙ୍କ ସହ ସଂପର୍କରେ ଥିବା ବିବାହିତା ମହିଳା ମଧ୍ୟ ଏହି ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ତାଙ୍କୁ ୨୩ ଥର ଚାବୁକ ପାହାର ଖାଇବାକୁ ପଡ଼ିଛି। ତେବେ, ଏଯାବତ୍‌ ଏହା ସ୍ପଷ୍ଟ ହୋଇନାହିଁ ଯେ ମୁଖିଲ୍‌ ସେ ସଂସ୍ଥା ପାଇଁ ପ୍ରକୃତରେ କରିଥିଲେ କ’ଣ।

ସମ୍ବନ୍ଧିତ ଖବର