ସଭରକରଙ୍କୁ ନେଇ ଶିବସେନା ଓ କଂଗ୍ରେସ ମଧ୍ୟରେ ମତଭେଦ

ମୁମ୍ବାଇ : ବିନାୟକ ଦାମୋଦର ସଭରକରଙ୍କୁ ନେଇ ମହାରାଷ୍ଟ୍ର ସରକାରରେ ଦୁଇ ମେଣ୍ଟ ସହଯୋଗୀ ଶିବସେନା ଓ କଂଗ୍ରେସ ମଧ୍ୟରେ ମତଭେଦ ଦେଖାଦେଇଛି । ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ସଂପର୍କରେ କଂଗ୍ରେସ ନେତା ଦେଇଥିବା ମନ୍ତବ୍ୟକୁ ଶିବସେନା ନାପସନ୍ଦ କରିଛି । ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ ଆମେ ଉଭୟ ମହାତ୍ମା ଗାନ୍ଧି ଓ ପଣ୍ଡିତ ନେହେରୁଙ୍କୁ ସମ୍ମାନ କରୁ । କିନ୍ତୁ ସଭରକରଙ୍କୁ ଅସମ୍ମାନ ନହେଉ । ଗାନ୍ଧି ଓ ନେହେରୁଙ୍କ ପରି ସଭରକର ମଧ୍ୟ ଦେଶପାଇଁ ଜୀବନ ଦେଇଥିଲେ । ବୁଦ୍ଧିମାନ ଲୋକମାନଙ୍କୁ ଆଉ କିଛି ଅଧିକ କହିବା ଆବଶ୍ୟକ ନାହିଁ ।

 

ଆଜି ଦିଲ୍ଲୀର ରାମଲୀଳା ମୈଦାନଠାରେ ଅନୁଷ୍ଠିତ ଭାରତ ବଞ୍ଚାଅ ର‍୍ୟାଲି ଅବସରରେ ରାହୁଲ କହିଥିଲେ ଯେ ତାଙ୍କ ନାଁ ହେଉଛି ରାହୁଲ ଗାନ୍ଧି, ରାହୁଲ ସଭରକର ନୁହେଁ ଯେ ସେ କ୍ଷମା ମାଗିବେ । ରାହୁଲଙ୍କ ଏହି ବକ୍ତବ୍ୟ ପରେ ବିଜେପି କହିଥିଲା ଯେ ଏହି ପ୍ରସଙ୍ଗରେ ଶିବସେନାର ମତାମତକୁ ଅପେକ୍ଷା କରାଯାଇଛି ।
ଗତ ସାଧାରଣ ନିର୍ବାଚନବେଳେ ମଧ୍ୟ ରାହୁଲ କହିଥିଲେ ଯେ ସଭରକର ବ୍ରିଟିଶ ସରକାରଙ୍କୁ କ୍ଷମାପ୍ରାର୍ଥନା କରି ଜେଲଦଣ୍ଡରୁ ମୁକ୍ତି ପାଇଥିଲେ ।

ସମ୍ବନ୍ଧିତ ଖବର