ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କର ଆଉ ଏକ ବିବାଦୀୟ ମନ୍ତବ୍ୟ: ଚାକିରି ପଛରେ ନଗୋଡ଼ାଇ ଗାଈ ଖିର ବେପାର କର

ତ୍ରିପୁରା: କୌଣସି ପ୍ରକାରର ବିବାଦୀୟ ମନ୍ତବ୍ୟ ଦେଇ ଗଣମାଧ୍ୟରେ ଚର୍ଚ୍ଚାରେ ରହିବାକୁ ଉଦ୍ୟମ ନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସମସ୍ତ ସଦସ୍ୟକୁ ସ୍ପଷ୍ଟ ଭାବେ ଚେତନାବତୀ ଦେଇଥିଲେ ବି ଏହା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ଉପରେ କିଛି ପ୍ରଭାବ ପକାଇନାହିଁ। ନିକଟରେ ଅଭିନେତ୍ରୀ ତଥା ମଡେଲ୍‌ ଡାଇନା ହିଡେନ୍‌ଙ୍କ ସଂପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିପ୍ଳବ କୁମାର ଏବେ ପୁଣି ଏକ ବିଭ୍ରାଟକାରୀ ବୟାନ ଦେଇଛନ୍ତି। ଡାଇନା ହିଡେନ୍‌ ବିଶ୍ୱ ସୁନ୍ଦରୀ ହେବା ପାଇଁ ଯୋଗ୍ୟା ନୁହଁନ୍ତି ବୋଲି କହିବା ସହ ଇଣ୍ଟର୍‌ନେଟ୍‌ ଓ ସାଟେଲାଟ୍‌ ମହାଭାରତ ସମୟରେ ଥିଲା ବୋଲି ନିକଟରେ ମନ୍ତବ୍ୟ ଦେଇ ବିବାଦ ପରିସରକୁ ଆସିଥିଲେ। ଖାଲି ସେତିକି ନୁହେଁ, କେବଳ ସିଭିଲ୍‌ ଇଞ୍ଜିନିୟରିଂ ଛାତ୍ର ହିଁ ସିଭିଲ୍‌ ସର୍ଭିସ ପାଇଁ ପରୀକ୍ଷା ଦେଇପାରିବେ। ମେକାନିକାଲ୍‌ କି ଅନ୍ୟ କୌଣସି ଛାତ୍ର ଦେଇପାରିବେ ନାହିଁ ବୋଲି ସେ ମନ୍ତବ୍ୟ ଦେଇଥିଲେ। ମାତ୍ର ଏବେ ଯାହା ବୟାନ ଦେଇଛନ୍ତି ତାହା ପୁଣିଥରେ ଦେଶବ୍ୟାପୀ ଚର୍ଚ୍ଚା ପାଲଟିଛି।

ମୁଖ୍ୟମନ୍ତ୍ରୀ ଦେବ ରବିବାର ରାଜ୍ୟର ଯୁବମାନଙ୍କୁ ଚାକିରି ପଛରେ ନଗୋଡ଼ାଇ ଗାଈ ରଖି ବେପାର କରିବା ପାଇଁ ପରାମର୍ଶ ଦେଇଛନ୍ତି। କହିଛନ୍ତି କି ନିଜର ବହୁମୂଲ୍ୟ ସମୟକୁ ଏଭଳି ଭାବେ ନଷ୍ଟ ନକରି ଦେଇ ଜୀବିକା ଅର୍ଜନ ପାଇଁ ଗାଈ ରଖିବା ଶ୍ରେୟସ୍କର। ସେ ବିଶେଷ କରି ଶିକ୍ଷିତ ଯୁବମାନଙ୍କ ଉଦେଶ୍ୟରେ କହିଛନ୍ତି କି ସରକାରୀ ଚାକିରିଟିଏ ପାଇଁ ରାଜନେତାଙ୍କ ପଛରେ ଗୋଡ଼ାଇବା ଅପେକ୍ଷା ଆତ୍ମନିର୍ଭଶୀଳ ହେବା ଖୁବ୍‌ ଭଲ।

ଖିର ଲିଟର୍‌ ପିଛା ୫୦ ଟଙ୍କା ବିକ୍ରି ହେଲେ ଗ୍ରାଜୁଏଟ୍‌ମାନେ ୧୦ ବର୍ଷ ମଧ୍ୟରେ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଯୁବମାନେ ବର୍ଷ ବର୍ଷ ଧରି ଚାକିରି ଖଣ୍ଡେ ପାଇଁ ରାଜନେତାଙ୍କ ପଛରେ ଗୋଡ଼ାଇ ଥାଆନ୍ତି। ଯେଉଁ ଯୁବକମାନେ ଅନେକ ବର୍ଷ ହେବ ଚାକିରି ପାଇଁ ଦୌଡୁଛନ୍ତି ସେମାନେ ବେପାର କରିଥିଲେ ଏବେ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ସର୍ବନିମ୍ନ ୫ ଲକ୍ଷ ଟଙ୍କା ଥାଆନ୍ତା। ଜଣେ ଗାଈ ରଖି ଖିର ବିକିଲେ ମାସକୁ ଅତି କମ୍‌ରେ ୨୫ ହଜାର ରୋଜଗର କିରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଦେବ ଦାବିର ସହ କହିଛନ୍ତିି।

ସମ୍ବନ୍ଧିତ ଖବର