ବିଜେପି, ଏନ୍‌ସିପି ଓ ଆପ୍‌କୁ ଭୋଟ୍‌ ଦିଅନି: ହାର୍ଦ୍ଦିକ୍‌

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ପାଇଁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ପଟିଦାର ନେତା ହାର୍ଦ୍ଦିକ୍‌ ପଟେଲ ତାଙ୍କ ବିଜେପି ବିରୋଧୀ ବୟାନକୁ ଆହୁରି ଶାଣିତକରିିଛନ୍ତି। କଂଗ୍ରେସକୁ ସମର୍ଥନର ହାତ ବଢ଼େଇଥିବା ହାର୍ଦ୍ଦିକ ଆଜି ସୁରଟରେ ଏକ ଜନସମାବେଶରେ ପୁଣିଥରେ ବିଜେପି ବିରୋଧରେ ମତାଇଛନ୍ତି। ସୁରଟ୍‌ ଜନସମାବେଶ ନକରିବା ପାଇଁ ତାଙ୍କୁ ବିଜେପି ପକ୍ଷରୁ ସୁରଟର ହିମ୍ମତ ପଟେଲ ୫ କୋଟି ଟଙ୍କା ଯାଚିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ତେଣୁ ଏପରି ଦୁର୍ନୀତିଖୋର୍‌ ବିଜେପି ସମେତ ଏନ୍‌ସିପି ଏବଂ ଆପ୍‌କୁ ମଧ୍ୟ ଭୋଟ୍‌ ନଦେବାଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ଏପରିକି ସୁରଟ୍‌ର ଯୋଗୀ ଚୌକରେ ଏକ ବିଶାଳ ରୋଡ୍‌ସୋ’ରେ ହାର୍ଦ୍ଦିକ କେତେକ ପଟିଦାର ଯୁବକଙ୍କୁ ଏକତ୍ରିତ କରି ବିଜେପି ବିରୋଧରେ ଭୋଟ୍‌ ନଦେବାଲାଗି ଶପଥ କରାଇବା ସହ ବିଜେପି ନେତାଙ୍କ ଲୋଭରେ ନପଡ଼ିବାପାଇଁ ଲୋକଙ୍କୁ ନିବେଦନ କରିିଛନ୍ତି।

ସମ୍ବନ୍ଧିତ ଖବର