ମାର୍ଚ୍ଚ ମାସରୁ କୋଲକାତାରେ ପୁଣି ଗଡ଼ିବ ଡବଲ-ଡେ଼କର ବସ

କୋଲକାତା: ମାର୍ଚ୍ଚ ମାସରୁ କୋଲକାତାର ରାଜରାସ୍ତାରେ ପୁଣି ଆରମ୍ଭ ହେବାକୁ ଯାଉଛି ଡବଲ-ଡେ଼କର ବସ ସେବା | ଦିନେ ଏହି ବସ କୋଲକାତା ସହରର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବାବେଳେ ୯୦ ଦଶକ ମଧ୍ୟ ବେଳକୁ ଅଧିକ ମେଣ୍ଟେନାନ୍ସ ଖର୍ଚ୍ଚ ଯୋଗୁଁ ଏହି ସେବାକୁ ବନ୍ଦ କରିଦିଆଯାଇଥିଲା | ଏବେ ପୁଣି ରାଜ୍ୟ ପରିବହନ ନିଗମ ଏହି ବସକୁ ସଡ଼କକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛି | ଏହି ବସର ଡିଜାଇନ ପରିବହନ ନିଗମ ଦ୍ୱାରା କରାଯାଇଥିବାବେଳେ ବସ ଚଳାଇବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି |

Photo-telegraph india

ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ପର୍ଯ୍ୟାୟରେ ପର୍ଯ୍ୟଟକଙ୍କ ପାଇଁ ଏହି ବସକୁ ବ୍ୟବହାର କରାଯିବାକୁ ଥିବାବେଳେ ଏହାର ଉପର ପାର୍ଶ୍ୱ ଖୋଲା ରହିବ | ପରେ ଏହି ବସକୁ ସାଧାରଣ ଯାତ୍ରୀଙ୍କ ପାଇଁ ବ୍ୟବହାର କରାଯିବ |

ଏଠାରେ ସୂଚନା ଥାଉ କି ୯୦ ଦଶକ ମଧ୍ୟ ଭାଗରେ ଏହି ନାଲି-ଧଳା ରଙ୍ଗର ବସ କଲିକତାର ରାସ୍ତାରେ ସଫଳ ଭାବେ ଯାତ୍ରୀ ପରିବହନରେ ନିୟୋଜିତ ଥିଲା | ବର୍ତ୍ତମାନ ଦେଶର କେବଳ ମୁମ୍ବାଇ ସହରରେ ୫୦ଟି ଡବଲ-ଡେ଼କର ବସ ଚାଲୁଥିବାବେଳେ ଏହି ବସ ଡିଜାଇନରେ ପରିବର୍ତ୍ତନ ମଧ୍ୟ କରାଯିବ |

ସମ୍ବନ୍ଧିତ ଖବର