ଯୌତୁକ ପାଇଁ ଅମାନୁଷିକ କାଣ୍ଡ : ଭୋକ‌ରେ ରଖି ମାରିଦେଲେ, କେବଳ ୨୦ କିଲୋ ଓଜନ ଥିଲା

କୋଲ୍ଲମ : କେରଳର କୋଲ୍ଲମରେ ଜଣେ ୨୭ ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂ ଯୌତୁକ ଦାବିରେ ଦୀର୍ଘ ଦିନ ଧରି ଭୋକରେ ରଖି ମାରିଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଯୌତୁକ ପାଇଁ ତୁଷାରା ନାମ୍ନୀ ଏହି ମହିଳାଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିଲା। ବିଗତ କିଛି ମାସ ଧରି ତୁଷାରାଙ୍କୁ କେବଳ ଦିନରେ ଥରେ ଦୁଇ ମୁଠା ଭାତ ଏବଂ ଏକ କପ୍‌ ଚିନି ଶିରା ଦିଆଯାଉଥିଲା। ସେ ସାଂଘାତିକ ଭାବେ ଦୁର୍ବଳ ହୋଇ ଚଳତ୍‌ ଶକ୍ତି ହରାଇବା ପରେ ମଧ୍ୟ ଚିକିତ୍ସା କରାଯାଇ ନଥିଲା। ମାର୍ଚ୍ଚ ୧୯ ତାରିଖ ଦିନ ଅବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ହେବାରୁ ତୁଷାରାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ୨୧ ତାରିଖ ଦିନ ସେ ଆଖି ବୁଜିଦେଇଥିଲେ। ମୃତ୍ୟୁ ବେଳକୁ ତାଙ୍କର ଓଜନ ମାତ୍ର ୨୦ କେଜି ଥିଲା ଏବଂ ଶରୀରରେ କେବଳ କଙ୍କାଳ ରହିଯାଇଥିଲା। ଏହି ମହିଳା ଦୁଇ ସନ୍ତାନର ଜନନୀ । ଜଣେ ଶିଶୁର ବୟସ ମାତ୍ର ଦେଢ଼ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକ ୩ ବର୍ଷର। ତୁଷାରାଙ୍କ ମା’ କହିଛନ୍ତି ଯେ ସେମାନେ ଝିଅକୁ ହତ୍ୟା କରିବେ ବୋଲି ଧମକ ଦେଇଥିବାରୁ ଆମେ ପୁଲିସରେ ଖବର ଦେଇନଥିଲୁ। ସ୍ବାମୀ ଓ ଶାଶୂ ଏତେ ନିଷ୍ଠୁର ହୋଇ ମୋ ଝିଅକୁ ଭୋକରେ ରଖି ମାରିବେ ବୋଲି ଆମେ ଚିନ୍ତା ବାହାରେ ଥିଲା ବୋଲି ତୁଷାରାଙ୍କ ମା’ ବିଜୟଲକ୍ଷ୍ମୀ କହିଛନ୍ତି।

ସମ୍ବନ୍ଧିତ ଖବର