ଚୂଡ଼ାନ୍ତ ହୋଇନି ପ୍ରାର୍ଥୀ ତାଲିକା, ଆରମ୍ଭ ହୋଇନି ପ୍ରଚାର; ତଥାପି ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କ ବଡ଼ ଭବିଷ୍ୟବାଣୀ: ୩୦୦ରୁ ୩୫୦ ଆସନରେ ଜିତିବ ଦଳ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନକୁ ସାତଟି ପର୍ଯ୍ୟାୟରେ ଆୟୋଜିତ କରିବା ପାଇଁ ନିର୍ବାଚନ କମିଶନ ଗତ ରବିବାର ଅପରାହ୍ଣରେ ବିଗୁଲ ବଜାଇ ଦେଇଛନ୍ତି ସତ; ହେଲେ ଦେଶର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଏଯାବତ୍‌ ସେମାନଙ୍କର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରି ନାହାନ୍ତି କିମ୍ବା ନିର୍ବାଚନୀ ପ୍ରଚାର ମଇଦାନ୍‌କୁ ଓହ୍ଲାଇ ନାହାନ୍ତି।


ହେଲେ, ଏ ପରିସ୍ଥିତିରେ ୨୦୧୯ ଲୋକସଭା ନିର୍ବାଚନ ଫଳଫଳକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ। ଶ୍ରୀ ସ୍ୱାମୀ କହିଛନ୍ତି ଯେ ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ଦଳ ବହୁତ ଭଲ ପ୍ରଦର୍ଶନ କରିବ। ଏବଂ ସମସ୍ତ ଆଶା ଆଶଙ୍କାର ଅବସାନ ଘଟାଇ ଦଳ ୫୪୩ ଆସନ ମଧ୍ୟରୁ ୩୦୦ରୁ ଅଧିକ ଆସନରେ ବିଜୟ ଲାଭ କରିବ ଦଳ।


୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମଧ୍ୟ ଭଲ ପ୍ରଦର୍ଶନ କରିବ। ବିଜେପି ସମେତ ଏହାର ସହଯୋଗୀ ଦଳମାନେ ୨୦୧୯ ନିର୍ବାଚନରେ ୩୫୦ରୁ ଅଧିକ ଆସନରେ ବିଜୟ ଲାଭ କରିବେ। ତେବେ, ଏଥିପାଇଁ ସମସ୍ତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଏକମନ ଏକପ୍ରାଣରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ।

ସମ୍ବନ୍ଧିତ ଖବର