ନୂଆ ଗାଇଡେଡ ବୋମାର ସଫଳ ପରୀକ୍ଷଣ କଲା ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ

ନୂଆଦିଲ୍ଲୀ : ଭାରତର ପ୍ରମୁଖ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ପକ୍ଷରୁ ଏକ ସ୍ମାର୍ଟ ଗାଇଡେଡ ବୋମାର ସଫଳ ପରୀକ୍ଷଣ କରାଯାଇଛି । ଏହା ଏକ ୫୦୦ କେଜି କ୍ଲାସ ଇନର୍ସିଆ ଗାଇଡେଡ ବୋମା । ଏହାକୁ ଶୁକ୍ରବାରଦିନ ରାଜସ୍ଥାନର ପୋଖରାନ ରେଞ୍ଜରେ ଏକ ସୁଖୋଇ ବିମାନରୁ ପରୀକ୍ଷା କରାଯାଇଛି । ଏହି ବୋମାଟି ବିମାନରୁ ନିକ୍ଷେପ ହେବା ପରେ ଆଶାନୁରୂପ ଭାବେ ନିଜର ଟାର୍ଗେଟ ଧ୍ବଂସ କରିଥିଲା ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି ।

ଏହା ସହିତ ଏହି ମିଶନର ଲକ୍ଷ୍ୟ ହାସଲ ହୋଇଛି । ଗାଇଡେଡ ସିଷ୍ଟମରେ ବିଭିନ୍ନ ପ୍ରକାରର ଓ୍ବାରହେଡ ଲଗାଇ ହେବ ।
ଗତ ରବିବାର ଦିନ ଭାରତୀୟ ବାୟୁସେନା ପକ୍ଷରୁ ପ୍ରାୟ ୧୦୦୦ ପାଉଣ୍ଡ( ପ୍ରାୟ ୪୫୦ କିଗ୍ରା) ଓଜନର ଏକ ସ୍ମାର୍ଟ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ବୋମା ସିବିୟୁ-୧୦୫ର ସଫଳ ପରୀକ୍ଷଣ କରାଯାଇଥିଲା । ଏହାକୁ ରାଜସ୍ଥାନର ଜୟସଲମେର ସ୍ଥିତ ପୋଖରାଣ ରେଞ୍ଜରେ ପରୀକ୍ଷା କରାଯାଇଛି । ଭାରତୀୟ ବାୟୁସେନାର ଦୁଇଟି ଜାଗୁଆର ଲଢୁଆ ବିମାନରୁ ଏହାକୁ ନିକ୍ଷେପ କରାଯାଇଥିଲା, ଯାହାକି ସଠିକ ଭାବେ ନିଜର ଲକ୍ଷ୍ୟଭେଦ କରିଥିଲା ।

ସମ୍ବନ୍ଧିତ ଖବର