ତାଜମହଲର ଅନେକ ଫଟୋ ଥିବା ଡ୍ରୋନ୍‌ ଜବତ

ଆଗ୍ରା: ନିକଟରେ ତାଜମହଲ ପରିସରରେ ଏକ ଡ୍ରୋନ୍‌ ବୁଲୁଥିବାରୁ ସୂଚନା ମିଳିଥିଲା। ଏ ସମ୍ପର୍କରେ ସୁରକ୍ଷାକର୍ମୀଙ୍କୁ ଖବର ମିଳିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଦେଇଥିଲା। କିନ୍ତୁ ଡ୍ରୋନ୍‌ର କୌଣସି ସନ୍ଧାନ ପାଇ ପାରି ନଥିଲା।

ସୂଚନାଯୋଗ୍ୟ, ଡିସେମ୍ବର ୨୭ ତାରିଖ ସକାଳେ ତାଜମହଲ ରୟାଲ ଗେଟରେ ଏକ ଡ୍ରୋନ୍‌ ଉଡିବାର ଦେଖିବାକୁ ମିଳିଥିଲା। ଏହି ଡ୍ରୋନ୍‌ କିଛି ମିନିଟ୍‌ ପର୍ଯ୍ୟନ୍ତ ତାଜମହଲ ପରିସରରେ ବୁଲୁଥିବା ପରେ ହଠାତ୍‌ କେଉଁଆଡେ ଉଭେଇ ଯାଇଥିଲା। ଏ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସିଆଇଏସଏଫ୍‌ ଅଧିକାରୀଙ୍କ ମଧ୍ୟରେ ଚହଳ ପଡ଼ି ଯାଇଥିଲା। ପୁଲିସ ଡ୍ରୋନ୍‌ର ଅନୁସନ୍ଧାନରେ ଲାଗି ପଡ଼ିଥିଲା। ଦକ୍ଷିଣ ଗେଟ ସହିତ ତାଜମହଲ ପରିସରରେ ଟିକନିକ୍‌ କରି ଯାଞ୍ଚ କରିଥିଲା, କିନ୍ତୁ କୌଣସି ସୁରାଗ ପାଇ ପାରି ନଥିଲା।

ଶୁକ୍ରବାର ଜଣେ ଯୁବକ ଡ୍ରୋନ୍‌କୁ ନେଇ ଥାନାରେ ପହଞ୍ଚି ପୁଲିସକୁ କହିଥିଲା, ମୋହତାବ ବାଗର ଯମୁନା କୂଳରେ ଏକ ଗାଢ଼ରେ ଏହି ଡ୍ରୋନ୍‌ ପଡ଼ିଥିଲା।

ଧଳା ରଙ୍ଗର ଚାରିଟି ରୋଟାର ଥିବା ଡ୍ରୋନ୍‌ ଚାଇନା ଦ୍ୱାରା ପ୍ରସ୍ତୁତ ହୋଇଛି ବୋଲି ପୁଲିସ ସୂଚନା ଦେଇଛି। ଡ୍ରୋନ୍‌ର କ୍ୟାମେରା କ୍ଷତିଗ୍ରସ୍ତ ହୋଇଯାଇଥିବା ସତ୍ତ୍ୱେ ହାର୍ଡ ଡିସ୍କରୁ ଫଟୋକୁ ରିକୋଭରି କରାଯାଇଛି। ଏବଂ ଏଥିରେ ତାଜମହଲର ଅନେକ ଫଟୋ ଥିବା ଜଣାପଡ଼ିଛି।

ତେବେ ଡ୍ରୋନ୍‌ ଜରିଆରେ ତାଜମହଲର ଫଟୋ ଉଠିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଗତବର୍ଷ ଡ୍ରୋନ୍‌ ମାଧ୍ୟମରେ ଜଣେ ପର୍ଯ୍ୟଟକ ତାଜମହଲର ଫଟୋ ଉଠାଇଥିବା ସୂଚନା ମିଳିଥିଲା। ତାଜମହଲ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। କୌଣସି ସନ୍ଦିଗ୍ଧ ଗିତିବିଧି ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସିଆଇଏସଏଫ ଯବାନ ସକ୍ରିୟ ହୋଇଯାଆନ୍ତି। ତାଜମହଲ ପରିସରରେ ପୁଲିସଙ୍କୁ ବି ମୁତୟନ କରାଯାଇଛି। ସୁରକ୍ଷାବ୍ୟବସ୍ଥା ଏତେ କଡ଼ାକଡ଼ି ଥିବା ସତ୍ତ୍ୱେ ବାରମ୍ବାର ଏଭଳି ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର