ସୁସ୍ଥ ହୋଇସାରିଥିବା କରୋନା ରୋଗୀଙ୍କ ରକ୍ତରୁ ଔଷଧ ତିଆରି କରୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ବିଶ୍ବରେ କରୋନା ଭାଇରସକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ଲାଗି ରହିଛି। ହଜାର ହଜାର ଲୋକ ଏହାର ଶିକାର ହୋଇ ସାରିଥିବା ବେଳେ ଅନେକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ତେବେ କିଛି ଲୋକ ଏହି ଭାଇରସ୍ ଦ୍ବାରା ଶିକାର ହୋଇ ମଧ୍ୟ ଚିକିିତ୍ସା ପରେ ସୁସ୍ଥ ହୋଇ ପାରିଛନ୍ତି। ଏବେ ସୁସ୍ଥ ହୋଇ ସାରିଥିବା ଲୋକଙ୍କ ରକ୍ତକୁ ନେଇ ବୈଜ୍ଞାନିକମାନେ ଔଷଧ ତିଆରି କରିବା ଆରମ୍ଭ କରିଥିବା ଜଣା ପଡ଼ିଛି।

ସୁସ୍ଥ ‌ହୋଇ ସାରିଥିବା ରୋଗୀମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ବୈଜ୍ଞାନିକମାନେ ସେମାନଙ୍କ ରକ୍ତ ନେଇ ପୀଡ଼ିତଙ୍କ ପାଇଁ ଔଷଧ ତିଆରି କରୁଥିବା ଜଣା ପଡ଼ିଛି। ଡେଲି ମେଲର ରିପୋର୍ଟ ମୁତାବକ, ବୈଜ୍ଞାନିକ ଏବଂ ଡାକ୍ତରମାନେ ମିଶି କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ଲୋକଙ୍କର ରକ୍ତ ନେଇ କରୋନାର ଟିକା ପ୍ରସ୍ତୁତ କରିବା ଆରମ୍ଭ କରି ସାରିଛନ୍ତି। ଜାପାନର ଔଷଧ କମ୍ପାନି ଟକେଡା ମଧ୍ୟ ଏହା ଉପରେ କାମ କରୁଥିବା ଜଣା ପଡ଼ିଛି। ଖୁବ୍ ଶୀଘ୍ର କମ୍ପାନି ଇମ୍ୟୁନ ସିଷ୍ଟମ ଥେରାପି ନାମରେ ଏହି ଔଷଧକୁ ମାର୍କେଟକୁ ଆଣିପାରେ ବୋଲି ଜଣା ପଡ଼ିଛି।

जल्द होगा कोरोना का खात्मा! मरीजों के खून से ही दवा बना रही कंपनी
aajtak.intoday.in

ଡାକ୍ତରୀ ବିଜ୍ଞାନ ଅନୁଯାୟୀ, କରୋନାରୁ ମୁକ୍ତ ହୋଇ ସାରିଥିବା ଲୋକଙ୍କ ଶରୀରରେ ଭାଇରସ ସହ ଲଢ଼ିବାର ପ୍ରୋଟିନ୍ ସୃଷ୍ଟି ହୋଇଥାଏ। ଏହି ପ୍ରୋଟିନ ଯଦି କରୋନା ପୀଡ଼ିତଙ୍କ ଶରୀରକୁ ଯାଏ, ତେବେ ସେମାନେ ସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି। ଏଭଳି ପ୍ରୋଟିନକୁ ଆଣ୍ଟିବଡିଜ୍ ବୋଲି ମଧ୍ୟ କୁହାଯାଇପାରେ। ଯଦି ଏହି ଔଷଧର ପରୀକ୍ଷଣ ସଫଳ ହୁଏ, ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିପାରିବ। ସବୁଠାରୁ ବଡ଼ କଥା ହେଲା, ଇବୋଲା ଭୂତାଣୁରୁ ରକ୍ଷା ପାଇବା ପାଇଁ ମଧ୍ୟ ଏହି ବାଟ ଆପଣାଯାଇଥିଲା। ଯାହା ସଫଳ ‌ହୋଇଥିଲା।

ସମ୍ବନ୍ଧିତ ଖବର