ନିଶାଦ୍ରବ୍ୟ ଚୋରାଚାଲାଣ:ଦୋଷୀସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ନିଶାଦ୍ରବ୍ୟ ଚୋରାଚାଲାଣ ମାମଲାରେ ଦୋଷୀସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ମିଳିବ। ଦୋଷୀଙ୍କୁ ମୃତ୍ୟୁଦଣ୍ଡ ହେବାପାଇଁ ସୁପାରିସ କରିଛନ୍ତି ପଞ୍ଜାବ ସରକାର। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ ଏହି ସୁପାରିସକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି। ରାଜ୍ୟରେ ଏକ ଜରୁରୀ କ୍ୟାବିନେଟ୍‌ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟକୁ ନିଶାଦ୍ରବ୍ୟ ମୁକ୍ତ କରିବା ନେଇ କଂଗ୍ରେସ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା।

ସମ୍ବନ୍ଧିତ ଖବର