ସହିଦ୍‌ ହେମନ୍ତ କରକରେଙ୍କୁ ନେଇ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନିନ୍ଦନୀୟ ବୋଲି କହିଲେ ସର୍ଜିକାଲ ଷ୍ଟ୍ରାଇକ୍‌ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ

ନୂଆଦିଲ୍ଲୀ : ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ୨୬/୧୧ମୁମ୍ବାଇ ଆକ୍ରମଣରେ ସହିଦ୍‌ ହୋଇଥିବା ହେମନ୍ତ କରକରେଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଏବେ ଅଡ଼ୁଆରେ ଛନ୍ଦି ହେବାରେ ଲାଗିଛନ୍ତି । ବିବାଦ ଥମିବାକୁ ନାଁ ନେଉ ନଥିବା ବେଳେ ଏବେ ଲେପ୍ଟନାଣ୍ଟ ଜେନେରାଲ ଡିଏସ୍‌ ହୁଡ୍ଡା ନିଜର ବୟାନ ରଖିଛନ୍ତି । ପୂର୍ବରୁ ମୁମ୍ବାଇ ପୁଲିସ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏବେ ଲେପ୍ଟନାଣ୍ଟ ଜେନେରାଲ ଡିଏସ୍‌ ହୁଡ୍ଡା ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ର୍ଦୁଭାଗ୍ୟଜନକ ବୋଲି କହିଛନ୍ତି ।

ଯଦି କୌଣସି ସହିଦ୍‌ ବିଷୟରେ ଏଭଳି ବୟାନ ଦିଆଯାଏ, ସେତେବେଳେ ବହୁତ ଦୁଃଖ ହୁଏ । ସହିଦ୍‌ଜଣଙ୍କ ପୁଲିସ ଫୋର୍ସର ହୁଅନ୍ତୁ ବା ସେନାର ଯବାନ ହୁଅନ୍ତୁ ସମସ୍ତଙ୍କୁ ସେମାନଙ୍କ ତ୍ୟାଗ ପାଇଁ ସମ୍ମାନ ଦେବା ଦରକାର । କିନ୍ତୁ ସାଧ୍ୱୀ ପ୍ରଜ୍ଞାଙ୍କ ଏଭଳି ବୟାନ ନିନ୍ଦନୀୟ ବୋଲି କହିଛନ୍ତି ଲେପ୍ଟନାଣ୍ଟ ଜେନେରାଲ ଡିଏସ୍‌ ହୁଡ୍ଡା ।

India Today

ସୂଚନା ମୁତାବକ, ମୁମ୍ବାଇ ବିସ୍ଫୋରଣରେ ପ୍ରାଣ ହରାଇଥିବା ପୂର୍ବତନ ଆଣ୍ଟି ଟେରୋରିଷ୍ଡ ସ୍କାର୍ଡ (ଏଟିଏସ୍‌) ମୁଖ୍ୟ ହେମନ୍ତ ଜଣେ ଦେଶଦ୍ରୋହୀ ଥିଲେ ବୋଲି ସାଧ୍ୱୀ ପ୍ରଜ୍ଞା କହିବା ସହ ସେ ଦେଇଥିବା ଅଭିଶାପ କାରଣରୁ ହେମନ୍ତଙ୍କ ମୃତ୍ୟୁ ଘଟିଛି ବୋଲି କହିଥିଲେ। ସାଧ୍ୱୀଙ୍କର ଏପରି ବୟାନ ତାଙ୍କୁ ବିବାଦ ଭିତରକୁ ଟାଣି ନେଇଥିଲା।

ସାଧ୍ୱୀ ବୟାନ ଦେଇ କହିଥିଲେ କି ‘ମୁଁ ପୂର୍ବତନ ଆଣ୍ଟି ଟେରୋରିଷ୍ଡ ସ୍କାର୍ଡ (ଏଟିଏସ୍‌) ମୁଖ୍ୟ ହେମନ୍ତ କାରକେରେଙ୍କୁ କହିଥିଲି କି ତୋ’ର ସର୍ବନାଶ ହେବ ବୋଲି। ମୁଁ ତାକୁ ଭେଟିବା ବେଳେ ସେ ଆଭାସ ମୋତେ ମିଳି ସାରିଥିଲା। ମୁଁ ତାକୁ ଏପରି କହିବାର ଠିକ୍‌ ଦେଢ଼ ମାସ ଭିତରେ ଆତଙ୍କବାଦୀ ଗୁଳିରେ ତା’ ଜୀବନ ଗଲା।’

ସମ୍ବନ୍ଧିତ ଖବର