ଏୟାରଲାଇନ୍‌ କର୍ମଚାରୀଙ୍କ ଦାୟିତ୍ୱହୀନତା , ସ୍ୱାମୀଙ୍କ ପାସପୋର୍ଟରେ ମାଞ୍ଚେଷ୍ଟରରୁ ଦିଲ୍ଲୀ ପହଞ୍ଚିଲେ ମହିଳା

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପାସପୋର୍ଟରେ ମାଞ୍ଚେଷ୍ଟରଠାରୁ ଦିଲ୍ଲୀ ଯାତ୍ରା କରିଛନ୍ତି । ଘଟଣାଟି ଦିଲ୍ଲୀ ବିମାନ ବନ୍ଦରରେ ଇମିଗ୍ରେସନ ସମୟରେ ସମ୍ନାକୁ ଆସିଥିଲା । ଆସନ୍ତୁ ଜାଣିବା କ’ଣ ରହିଛି ସଂପୂର୍ଣ୍ଣ ଘଟଣା ।
ଘଟଣା ଅନୁଯାୟୀ , ମାଞ୍ଚେଷ୍ଟରରୁ ଏମିରେଟ୍‌ ବିମାନ ଯୋଗେ ୨୩ ଏପ୍ରିଲ ଦିନ ଗୀତା ନାମକ ଜଣେ ମହିଳା ଭୁଲ ବଶତଃ ତାଙ୍କ ସ୍ୱାମୀ ଦିଲୀପଙ୍କର ପାସପୋର୍ଟ ନେଇ ପଳାଇ ଆସିଥିଲେ । ତେବେ ଏହା ବିଷୟରେ ଗୀତାଙ୍କର କୌଣସି ଧ୍ୟାନ ରହିନଥିବା ସହ ମାଞ୍ଚେଷ୍ଟର ଏବଂ ଦୁବାଇ ବିମାନ ବନ୍ଦରରେ ମଧ୍ୟ ଚେକ୍‌ଇନ ସମୟରେ କିଏ କିଛି ବିରୋଧ କରିନଥିଲେ । ଗୀତାଙ୍କୁ ଏହା ବିଷୟରେ ସେତେବେଳେ ଜଣାପଡ଼ିଲା ଯେତେବେଳେ ଦିଲ୍ଲୀ ବିମାନବନ୍ଦରରେ ଇମିଗ୍ରେସନ ସମୟରେ ସେ ତାଙ୍କର ଫର୍ମ ଭର୍ତ୍ତି କରୁଥିଲେ । ଏହାପରେ ତାଙ୍କୁ ପୁନର୍ବାର ଦୁବାଇକୁ ତାଙ୍କର ପାସପୋର୍ଟ ନେଇ ଆସିବା ପାଇଁ ପଠାଇ ଦିଆ ଯାଇଛି।
ଘଟଣାଟି ଏମିରେଟ୍‌ ଏୟାରଲାଇନରେ ଘଟିଥିବା ବେଳେ ସେ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି । ଏହା ସହ ଏୟାରଲାଇନର ମୁଖ୍ୟ ବର୍ତ୍ତମାନ ପାସପୋର୍ଟ ଚେକିଙ୍ଗ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି । ଅପର ପକ୍ଷରେ ଗୀତାଙ୍କ ପରିବାର ଲୋକ ମଧ୍ୟ ଘଟଣାଟିର ସମସ୍ତ ଭୁଲ ଏୟାର ଲାଇନର ରହିଛି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର