୫ ବର୍ଷର ମୁଖ୍ୟମନ୍ତ୍ରିତ୍ୱ କାଳରେ କେଜ୍ରିଓ୍ଵାଲଙ୍କ ଅସ୍ଥାବର ସଂପତ୍ତିରେ ବୃଦ୍ଧି ଘଟିଛି ମାତ୍ର ୮ ଲକ୍ଷ

ନୂଆଦିଲ୍ଲୀ: ବିଗତ ୫ ବର୍ଷର ମୁଖ୍ୟମନ୍ତ୍ରିତ୍ୱ କାଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅସ୍ଥାବର ସଂପତ୍ତିରେ ମାତ୍ର ୮ ଲକ୍ଷ ଟଙ୍କାର ବୃଦ୍ଧି ଘଟିଛି। ୨୦୧୫ରେ କେଜ୍ରିଓ୍ଵାଲଙ୍କ ଅସ୍ଥାବର ସଂପତ୍ତିର ପରିମାଣ ୨.୨୬ ଲକ୍ଷ ଥିବା ବେଳେ ୨୦୨୦ ତାହା ୯.୯୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ କେଜ୍ରିଓ୍ଵାଲଙ୍କ ଅସ୍ଥାବର ସଂପତ୍ତିରେ ୭,୬୯,୭୩୬ ଟଙ୍କାର ବୃଦ୍ଧି ଘଟିଥିବା ସେ ଗତକାଲି ନିଜର ପ୍ରାର୍ଥୀପତ୍ର ସହ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଏଥିସହ ବିଗତ ୫ ବର୍ଷ ମଧ୍ୟରେ ତାଙ୍କ ଅସ୍ଥାବାର ସଂପତ୍ତିରେ କୌଣସି ପ୍ରକାରର ବୃଦ୍ଧି ଘଟି ନଥିବା ଏହି ସତ୍ୟପାଠରେ କୁହାଯାଇଛି।

କେଜ୍ରଓ୍ଵାଲଙ୍କ ସତ୍ୟପାଠରେ କୁହାଯାଇଛି ଯେ ୨୦୧୫ରେ ତାଙ୍କର ସ୍ଥାବର ସଂପତ୍ତିର ପରିମାଣ ଥିଲା ୯୨ ଲକ୍ଷ ଟଙ୍କା। ତେବେ, ମୂଲ୍ୟବୃଦ୍ଧି ପରିପ୍ରେକ୍ଷୀରେ ଏବେ ପରିମାଣ ୧.୭୭ କୋଟି ହେବ ବୋଲି କୁହାଯାଇଛି।

୧୯୯୮ରେ ଗାଜିଆବାଦର ଇନ୍ଦ୍ରପୁରମ୍‌ରେ ୩.୫ ଲକ୍ଷ ଟଙ୍କାରେ କିଣିଥିବା ଫ୍ଲାଟ୍‌ର ମୂଲ୍ୟ ୧.୪୪ କୋଟି ବୋଲି ଏହି ସତ୍ୟପାଠରେ କୁହାଯାଇଛି। ସେହିପରି ତାଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲଙ୍କର ୨୦୧୫ରେ ଅସ୍ଥାବର ସଂପତ୍ତିର ପରିମାଣ ୧୫.୨୮ ଲକ୍ଷ ଥିବା ଏବେ ତାହା ୫୭.୦୭ ଲକ୍ଷ ବୋଲି ଦର୍ଶାଯାଇଛି।

ସମ୍ବନ୍ଧିତ ଖବର