ନେଦରଲ୍ୟାଣ୍ଡ ଗୁଳିକାଣ୍ଡ, ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କଲା ପୁଲିସ, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଆମଷ୍ଟରଡାମ : ନେଦରଲାଣ୍ଡର ସହର ଉଟ୍ରେଚରେ ଏକ ଚଳନ୍ତା ଟ୍ରାମରେ ଆଜି ହୋଇଥିବା ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏହି ଘଟଣାରେ ଆହୁରି ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ନେଦରଲାଣ୍ଡ ପୁଲିସ ଏହି ଆକ୍ରମଣ ଘଟାଇଥିବା ବ୍ୟକ୍ତିକୁ ଚିହ୍ନଟ କରିଛି । ତାହାର ନାଁ ଗୋକମେନ ଟେନିସ ଓ ସେ ତୁର୍କିର ବାସିନ୍ଦା ବୋଲି ଜଣାପଡିଛି । ଆଇଏସ ସହ ସଂପର୍କ କାରଣରୁ ତାକୁ ପୂର୍ବରୁ ଥରେ ଗିରଫ କରାଯାଥିଲା । ଡଚ ପ୍ରଧାନମନ୍ତ୍ରୀ ମାର୍କ ରୁଟେ କହିଛନ୍ତି ଯେ ପ୍ରଶାସନ ଏହି ସ୍ଥିତି ଉପରେ ନଜର ରଖିଛି ଓ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ଡଚ ପୁଲିସର କହିବା ମୁତାବକ ସ୍ଥାନୀୟ ସମୟ ସକାଳ ୧୦ଟା ୪୫ ମିନିଟରେ ଏହି ବ୍ୟକ୍ତି ହଠାତ ଏକ ଚଳନ୍ତା ଟ୍ରାମରେ ଗୁଳି ଚଳାଇବାରୁ ଅନେକ ଲୋକ ଆହତ ହୋଇଥିଲେ । ତେବେ ପରେ ୩ ଜଣ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର